Sat. Nov 23rd, 2024

ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର, ଖୋଲିଲା ଆଉ ଏକ ଗେଟ

By amfnews Aug 8, 2020 #Featured
107 Views

ସମ୍ୱଲପୁର, ଅଗଷ୍ଟ ୦୮  : ହୀରାକୁଦ ଡ୍ୟାମର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରରେ ଜଳସ୍ତରକୁ ନିୟନ୍ତ୍ରଣ କରିବା ନେଇ ହୀରାକୁଦ ଡ୍ୟାମର ଆଉ ଗୋଟିଏ ଗେଟକୁ ଖୋଲା ଯାଇ ଜଳ ନିଷ୍କାସନ କରାଯାଉଛି । ଏହାକୁ ମିଶାଇ ଏବେ ମୋଟ ୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ କରାଯାଉଛି । ସୂଚନା ମୁତାବକ ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୦୮.୩୧ ଫୁଟ୍ ରହିଛି। ଅନ୍ୟପଟେ ଡ୍ୟାମ ମଧ୍ୟକୁ ୧ଲକ୍ଷ ୪୮ ହଜାର ୧୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ଲକ୍ଷ ୨୦ ହଜାର ୭୯୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

By amfnews

Related Post