Tue. Apr 29th, 2025

ବଢି ଚାଲିଥିବା ନାରୀ ନିର୍ଯ୍ୟାତନାକୁ ନେଇ ଦାମଙ୍କ ନିଶାନାରେ ଅଧିକାରୀ ଓ ଅମଲା !

By amfnews Jun 1, 2018 #Featured
288 Views

ଭୁବନେଶ୍ବର, ୧ ଜୁନ:ସାମାଜିକ ବୈଷମ୍ୟ ଓ ନିଶା ସଂପ୍ରସାରଣ ନାରୀ ନିର୍ଯ୍ୟାତନାର ମୁଖ୍ୟ କାରଣ  । ଏପରି ଅଭିଯୋଗ କରି ସରକାରୀ ଅଧିକାରୀ ଓ ଅମଲାଙ୍କୁ ଘେରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତ । ଦୈନିକ ସମ୍ବାଦପତ୍ରର ସମ୍ପାଦକୀୟ ପୃଷ୍ଠାରେ ଏପରି ଲେଖା ଲେଖି ଅମଲାଙ୍କୁ ସମାଲୋଚନା କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଯଦି ବ୍ୟବହାର କରାଯିବ ତାହାହେଲେ ସାମାଜିକ ଅପରାଧ ସଫଳତାର ସହ ରୋକାଯାଇ ପାରିବ ବୋଲି ପରାମର୍ଶ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ଶ୍ରୀ  ରାଉତ ।

ରାଉତଙ୍କ ନିଶାନାରେ ପୁଣି ଥର ଅମଲା । ସେ ତାଙ୍କ ଲେଖା ମାଧ୍ୟମରେ ଉଲେଖ କରିଛନ୍ତି ଯେବେ କରିବ ଚାକିରୀ ତେବେ ଥିବ ଉପୁରିରେ ବିଶ୍ୱାସ କରୁଥିବା ଅମଲା ଓ ଅଧିକାରୀଙ୍କ ବ୍ୟତିରେକ ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟ ମାନଙ୍କୁ ଦାୟିତ୍ୱ ପ୍ରଦାନ କଲେ ନାରୀ ନିର୍ଯ୍ୟାତନା ପରି ଘଟଣାକୁ ରୋକପାଇପାରିବ ।

ରାଉତ ଲେଖା ମାଧ୍ୟମରେ ସମାଜରେ ଘଟି ଚାଲିଥିବା ଘଟଣାକୁ ନିନ୍ଦା କରିବା ସହ ଏପରି ଲଜ୍ଜାଜନକ ଘଟଣା ପାଇଁ ନିଶାର ବ୍ୟାପକ କାରବାରକୁ ମଧ୍ୟ ଦାୟୀ କରିଛନ୍ତି  । ଅନୁଭବରୁ ଅନୁଭୂତି….ସେଦିନରୁ ଆଜି ଯାଏଁ ଶୀର୍ଷକ ସ୍ତମ୍ଭରେ ନିଜର ମତ ଲେଖି ଘଟିଚାଲିଥିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ମହିଳାଙ୍କ ପାଇଁ ବିଜୁ ପଟ୍ଟନାୟକ ସରକାର ଓ ନବୀନ ପଟ୍ଟନାୟକ ସରକାର କରିଥିବା କାର୍ଯ୍ୟକୁ ପ୍ରଂଶସା କରିଛନ୍ତି । ଏଥିସହିତ ଏପରି ଏକ ସାମାଜିକ ବ୍ୟାଧିକୁ ରୋକିବା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି ସେ ଉଲେଖ କରିଛନ୍ତି  ।

By amfnews

Related Post