305 Views
କଟକ,ଫେବୃଆରୀ ୨୩ : ସହିଦ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ତଂଟିଆ ମାରିବା ଘଟଣାରେ ଦେବାଶିଷଙ୍କ ପାଇଁ ଅଡୁଆ ବଢିଛି । ଆଜି ପୋଲିସ ଏନେଇ ମାମଲା ରୁଜୁ କରିଛି । ଗତକାଲି ମହିଳା କଂଗ୍ରେସ ବାଦାମବାଡି ଥାନାରେ ଏବାବଦରେ ଏତଲା ଦେଇଥିଲା । ଏହି ଏତଲାକୁ ଭିତି କରି ପୋଲିସ ମାମଲା ରୁଜୁ କରିବା ପରେ ନିଆଳି ଥାନାକୁ ଏହା ହସ୍ତାନ୍ତର କରାଯିବ ।
ସୂଚନା ମୁତାବକ, ପୁଲୱାମା ବିସ୍ଫୋରଣରେ ସହିଦ ହୋଇଥିବା ଓଡିଆ ଯବାନ ମନୋଜ ବେହେରାଙ୍କ ଶେଷକୃତ୍ୟ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ଥିବା କଟକ ବାରବାଟୀ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ସହିଦଙ୍କ ସମ୍ପର୍କୀୟ ଦାଦାଙ୍କୁ ଧକ୍କା ମାରିବା ସହ ତଂଟିଆ ମାରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।ଏପରିକି ପାକିସ୍ତାନରେ ମଧ୍ୟ ଏ ଭିଡିଓ ପ୍ରସାରିତ ହୋଇଥିଲା । ଏହି ଘଟଣାରେ ଦେବାଶିଷ ପରେ ସଫେଇ ଦେଇଥିଲେ । ତେବେ ଏହା ସହିଦ ଏବଂ ଦେଶକୁ ଅସମ୍ମାନ ବୋଲି ମହିଳା କଂଗ୍ରେସ ଗତକାଲି ବାଦାମବାଡି ଥାନାରେ ଏତଲା ଦେଇଥିଲା । ଏହି ଏତଲାକୁ ଭିତି କରି ପୋଲିସ ଆଜି ମାମଲା ରୁଜୁ କରିବା ସହ ଏହାକୁ ନିଆଳି ଥାନାକୁ ପଠାଇଛି । ଏନେଇ କଟକ ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି ।