Fri. Mar 6th, 2026

ବଢିବାରେ ଲାଗିଛି ସୋସିଆଲ ମିଡ଼ିଆର ବ୍ୟବହାର

205 Views

ନୂଆଦିଲ୍ଲୀ: କରୋନା ଭୂତାଣୁ ଏବଂ ଲକଡାଉନ୍ ପାଇଁ ଲୋକ ଏବେ ସୋସିଆଲ ମିଡ଼ିଆ ଓ ଟିଭି ଦେଖିବା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି | ଲକଡାଉନ ପାଇଁ ଲୋକମାନେ ଏବେ ସୋସିଆଲ ମିଡିଆରୁ ଟେଲିଭିଜନ ଚ୍ୟାନେଲ ପର୍ଯ୍ୟନ୍ତ ସୂଚନା ପାଇବା ନିର୍ଭର କରୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡିଛି | ହାମରକାଉଫ୍ ଗ୍ରାହକ ସ୍ନାପସଟ୍ ସର୍ଭେରେ କୁହାଯାଇଛି ଯେ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ଯେଉଁ ସମୟକୁ ଅଣ-ପ୍ରାଇମ୍ ସମୟ ଭାବେ ବିବେଚନା କରାଯାଉଥିଲା, ସେଠାରେ ଦର୍ଶକଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇଛି | ଲକଡାଉନ୍ ହେତୁ ଅଧିକାଂଶ ସୋସିଆଲ୍ ମିଡିଆ, ଇଣ୍ଟରନେଟ୍ ଏବଂ ଟେଲିଭିଜନ୍ ଚ୍ୟାନେଲ ଲୋକଙ୍କ ସହ ଯୋଗାଯୋଗ ଏବଂ ମନୋରଞ୍ଜନର ଏକମାତ୍ର ମାଧ୍ୟମ ପାଲଟିଛି |

ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତରେ ଲୋକମାନେ ବର୍ତ୍ତମାନ ହାରାହାରି ୪ ଘଣ୍ଟାରୁ ଅଧିକ ସମୟ ପାଇଁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ସଂଯୁକ୍ତ ରହିଛନ୍ତି। ଲକଡାଉନ ପୂର୍ବରୁ ଭାରତରେ ଲୋକମାନେ ସୋସିଆଲ ମିଡିଆରେ ହାରାହାରି ୧୫୦ ମିନିଟ୍ ରହୁଥିଲେ। କିନ୍ତୁ, ଲକଡାଉନର ପ୍ରଥମ ସପ୍ତାହରେ ଏହା କେବଳ ୨୮୦ ମିନିଟ୍ ଅତିକ୍ରମ କରିନାହିଁ, ବରଂ ୭୫ ପ୍ରତିଶତ ଲୋକ ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ଯଥା ହ୍ଵାଟ୍ସଆପ, ଟ୍ୱିଟର ଏବଂ ଫେସବୁକରେ ସକ୍ରିୟ ରହିଛନ୍ତି।

ସର୍ଭେରେ ଥିବା ଲୋକମାନେ କହିଛନ୍ତି ଯେ, ସେମାନେ ସୋସିଆଲ ମିଡ଼ିଆକୁ ଲକଡାଉନ ଏବଂ କରୋନା ଭାଇରସ୍ ମହାମାରୀ ବିଷୟରେ ତଥ୍ୟ ପାଇବା ପାଇଁ ବ୍ୟବହାର କରିଥିଲେ। ପୂର୍ବ ସପ୍ତାହ ତୁଳନାରେ ଇଣ୍ଟରନେଟ୍ ବ୍ରାଉଜିଂରେ ୭୨ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି। କରୋନା ଭୂତାଣୁ ସମ୍ବନ୍ଧୀୟ ସମ୍ବାଦ ଏବଂ ସୂଚନା ପାଇଁ, ଲୋକମାନେ ନିର୍ଦ୍ଦିଷ୍ଟ ଭାବରେ ଇଣ୍ଟରନେଟକୁ ଯାଉଛନ୍ତି |

By amfnews

Related Post