Sun. Mar 8th, 2026

ବଡ଼ ଧରଣର ହଡ଼ତାଳ ପ୍ରସ୍ତୁତିରେ ୪ ଲକ୍ଷ ରକ୍ଷା କର୍ମଚାରୀ

188 Views

ଚେନ୍ନାଇ,ନଭେମ୍ବର୧୩: ଦେଶର ୪ ଲକ୍ଷ ପ୍ରତିରକ୍ଷା କର୍ମଚାରୀ ଜାନୁଆରୀରେ ତିନି ଦିନର ହଡ଼ତାଳ ପ୍ରାଇଁ ପ୍ରସ୍ତୁତି କରୁଛନ୍ତି।  ସ୍ଥଳ ସେନା ଓ ବାୟୁସେନାର ଓ୍ଵାର୍କସପ, ନାଭାଲ ଡକ୍ସ ଓ ୪୧ ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ କାମ କରୁଥିବା ଏହି ସବୁ କର୍ମଚାରୀ ଜାନୁଆରୀ ୨୩ ରୁ ୨୫ ମଧ୍ୟରେ ବଡ଼ ଧରଣର ଧାରଣା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ଏହି କର୍ମଚାରୀ ମଙ୍ଗଳବାର ମଧ୍ୟାହ୍ନ ଭୋଜନ ମଧ୍ୟ ତ୍ୟାଗ କରିଛନ୍ତି। ଏହି କର୍ମଚାରୀଙ୍କ ସବୁଠୁ ବଡ଼ ସମସ୍ୟା ରକ୍ଷା ନିର୍ମାଣ କ୍ଷେତ୍ରକୁ ଘରୋଇକରଣ କରିବା।

ଅଲ ଇଣ୍ଡିଆ ଡିଫେନ୍ସ ଏମ୍ପ୍ଲୋଏଜ ଫେଡେରେସନ(ଏଆଇଡିଇଏଫ)ର ଜେନେରାଲ ସେକ୍ରେଟାରୀ ସି ଶ୍ରୀକୁମାର କହିଛନ୍ତି ଯେ ଆଜି ଆମେ କେବଳ ମଧ୍ୟାହ୍ନ ଭୋଜନ ଛାଡିଛୁ, ଯଦି ସରକାର ଆମର କଥା ନଶୁଣନ୍ତି ତେବେ ଜାନୁଆରୀରେ ବଡ଼ ଧରଣର ପ୍ରଦର୍ଶନ ହେବ। ଏଥିରେ ନେଭାଲ ଡକ୍ସ ସହିତ ସ୍ଥଳ ସେନା ଓ ବାୟୁସେନାର ଓ୍ଵାର୍କସପରେ ୩ ଦିନ  ପର୍ଯ୍ୟନ୍ତ କାମ ବନ୍ଦ ହେବ।

ଏହି ବିଷୟରେ ଡିରେକ୍ଟର ଜେନେରାଲ ଅଫ କ୍ଵାଲିଟି ଏସ୍ୟୁରାନ୍ସ(ଡିଜିକ୍ୟୁଏ) ସହିତ କାମ କରୁଥିବା ଜଣେ ସଂଗଠନର ନେତା କହିଛନ୍ତି ଯେ ସରକାର ଆମଠୁ ରୋଜଗାର ଛଡ଼ାଇ ନେଉଛନ୍ତି ଏବଂ ରଣନୀତି କ୍ଷେତ୍ରର ଚାବି ଘରୋଇ ସେକ୍ଟରକୁ ଦେଉଛନ୍ତି। ତେଣୁ ସରକାରଙ୍କୁ ଚେତାଇ ଦେବା ପାଇଁ ଆମେ ସଡ଼କକୁକ ଓହ୍ଲାଇବାକୁ ପ୍ରସ୍ତୁତି କରୁଛି।

By amfnews

Related Post