282 Views

ମସ୍କୋ, ଅକ୍ଟୋବର୧୧:ରୁଷ ଓ ଆମେରିକା ଅନ୍ତରୀକ୍ଷ ଯାତ୍ରୀଙ୍କୁ ନେଇ ଯାଉଥିବା ରକେଟ୍ ଗୁରୁବାର ବଡ଼ ଦୁର୍ଘଟଣାର ଶିକାର ହେବାରୁ ଅଳ୍ପକେରୁ ବର୍ତ୍ତି ଯାଇଛି। ସୟୁଜ ସ୍ପେସକ୍ରାଫ୍ଟରୁ ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନ ପାଇଁ ରକେଟକୁ ଉତକ୍ଷେପଣ କରାଯାଇଥିଲା। ମାତ୍ର ଗୁରୁବାର ରକେଟରେ ଅଚାନକ କିଛି ତ୍ରୁଟି ଦେଖାଯାଇଥିଲା। ତେଣୁ ତତ୍କାଳ ଅବତରଣ କରାଯାଇ ସମସ୍ତ କ୍ରୁ ସଦସ୍ୟଙ୍କୁ ବାହାର କରାଯାଇଥିଲା। ଏହି ଦୁର୍ଘଟଣାରେ ସମସ୍ତେ ସୁରକ୍ଷିତ ଥିବା ଜଣା ପଡ଼ିଛି।

ରୁଷର ନ୍ୟୁଜ୍ ଏଜେନ୍ସି ପକ୍ଷରୁ ଜାରି ବୟାନରେ ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ ଥିବାର ସୂଚନା ଦେଇଛି। ସୂତ୍ର ମୁତାବକ କଜାକିସ୍ତାନ ପାଖରେ ସମସ୍ତ କ୍ରୁ ସଦସ୍ୟଙ୍କୁ ଅବତରଣ କରାଯାଇ ସୁରକ୍ଷିତ ଉଦ୍ଧାର କରାଯାଇଛି। ରକେଟ୍ ଉତକ୍ଷେପଣ କେଉଁ କାରଣରୁ ଅସଫଳ ହେଲା ସେହି ବିଷୟରେ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ। ରକେଟରେ ଆମେରିକାର ମହାକାଶଯାତ୍ରୀ ନିକ ହଗ୍ୟୁ ଓ ରୁଷର ଆଲେକ୍ସି ଓଭିଚିନ ଯାତ୍ରା କରୁଥିଲେ।