Sat. Mar 7th, 2026

ବଡ଼ ଅଘଟଣରୁ ବର୍ତ୍ତିଗଲା ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍

335 Views

ସମ୍ବଲପୁର  :  ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛି ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍। ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁରର ମାନେଶ୍ୱର ଓ ସିଟି ଷ୍ଟେସନ୍ ମଧ୍ୟରେ ଟ୍ରେନ୍‌ର ବ୍ରେକ୍‌ରେ ନିଆଁ ଲାଗି ଯାଇଥିଲା। ଏହା ଜଣାପଡ଼ିବା ପରେ ଡ୍ରାଇଭର ଟ୍ରେନ୍‌ଟି ଆଉ ଆଗକୁ ନେଇ ନଥିଲେ। ତା’ସହିତ ରେଲୱେ ସୁରକ୍ଷା ବାହିନୀଙ୍କୁ ଖବର ଦେଇଥିଲେ। ରେଲୱେ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପରେ ଟ୍ରେନ୍‌ଟି ପୁରୀ ଅଭିମୁଖେ ଯାତ୍ରା କରିଥିଲା।

By amfnews

Related Post