Fri. Mar 6th, 2026

ବଡ଼ମ୍ବା ସଙ୍ଗରୋଧ କେନ୍ଦ୍ର ବାହାରୁ ଜଣେ ପ୍ରବାସୀଙ୍କ ମୃତଦେହ ଉଦ୍ଧାର

263 Views

କଟକ/ନରସିଂହପୁର: କଟକ ଜିଲ୍ଲାର ବଡ଼ମ୍ବା କୃଷ୍ଣଚନ୍ଦ୍ରପୁର ନୋଡାଲ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ର ବାହାରୁ ଜଣେ ପ୍ରବାସୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ପ୍ରବାସୀଜଣକ ମହାରାଷ୍ଟ୍ର ଫେରନ୍ତା ଓ ସେ ସଙ୍ଗରୋଧ କେନ୍ଦ୍ରରେ ପାଖାପାଖି ୭ ଦିନ ହେବ ରହୁଥିଲେ। ମୃତକଙ୍କ ଘର କୃଷ୍ଣଚନ୍ଦ୍ରପୁର ଗାଁରେ ବୋଲି ଜଣାଯାଇଛି। ତାଙ୍କର ବୟସ ୫୦ରୁ ଅଧିକ ବୋଲି କୁହାଯାଉଛି।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ବି ସେ ବିଳମ୍ବିତ ରାତିରେ ସଙ୍ଗରୋଧ କେନ୍ଦ୍ରର ପାଚେରି ଡେଇଁ ପଳାଇବାକୁ ଉଦ୍ୟମ କରି ଖସିପଡ଼ି ପ୍ରାଣ ହରାଇଥିବାର ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏଣେ କେହି ତାଙ୍କୁ ମାରି ଦେଇଥିବାର ବି ଶୁଣିବାକୁ ମିଳୁଛି। ତେବେ ଘଟଣାର ତଦନ୍ତ ଜାରି ରହିଥିବା ନେଇ ଆଠଗଡ଼ ଏସଡିପିଓ ଆଲୋକ ରଞ୍ଜନ ରାୟ ସୂଚନା ଦେଇଛନ୍ତି।
ତେଣେ ନରସିଂହପୁର ମହାବିଦ୍ୟାଳୟର ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରକୁ ସାନିଟାଇଜ କରାଯିବା ଦାବି ଓ ନିମ୍ନ ମାନର ଖାଦ୍ୟ ଯୋଗାଣ ଅଭିଯୋଗ କରି ୮୫ ଜଣ ପ୍ରବାସୀ କଟକ-ନରସିଂହପୁର ରାସ୍ତା ଅବରୋଧ କରିଥିବାର ଖବର ମିଳିଛି। ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ପୁଲିସ ଓ ସରପଞ୍ଚ ପ୍ରବାସୀମାନଙ୍କୁ ବୁଝାଶୁଝା କରିଥିଲେ । ଘଟଣା ସ୍ଥଳରେ ନରସିଂହପୁର ବିଡ଼ିଓ ପ୍ରଶାନ୍ତ କୁମାର ତରାଇ ପହଞ୍ଚି  ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି।

By amfnews

Related Post