Mon. Dec 23rd, 2024

ବଜ୍ରପାତ ନେଇ ୧୫ ଟି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

By amfnews Sep 24, 2020 #Featured
202 Views

ଭୁବନେଶ୍ୱର, ସେପ୍ଟେମ୍ବର ୨୪ : ୮ ଘଣ୍ଟା ପାଇଁ ୧୫ ଟି ଜିଲ୍ଲାକୁ ବଜ୍ରପାତ ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଦକ୍ଷିଣ ଓଡ଼ିଶାର ପାଂଚଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଂଜ ୱାର୍ଣ୍ଣିଙ୍ଗ ଜାରି କରାଯାଇଥିବା ବେଳେ ୧୫ ଟି ଜିଲ୍ଲାରେ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି । ୨୬ ତାରିଖରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିବ । ସେପଟେ ମୌସୁମୀ ଦୁର୍ବଳ ରହିଥିବା ବେଳେ ଜୁନ ୧ ରୁ ସେପ୍ଟେମ୍ବର ୨୩ ସୁଦ୍ଧା ସ୍ୱାଭାବିକ୍ ବର୍ଷା ରେକର୍ଡ କରାଯାଇଛି । ୨୪ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବାବେଳେ ଦୁଇଟି ଜିଲ୍ଲାରେ ସ୍ୱାଭାବିକ୍ ଠାରୁ ଅଧିକ ବର୍ଷା ହୋଇଛି । ସେହିପରି ଚାରୋଟି ଜିଲ୍ଲାରେ ସ୍ୱାଭାବିକ୍ ଠାରୁ କମ ବର୍ଷା ରେକର୍ଡ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୌସୁମି ପ୍ରତ୍ୟାବର୍ତ୍ତନ ନେଇ କୌଣସି ସୂଚନା ନଥିବା ବେଳେ ଆଗକୁ କାଁଭାଁ ବର୍ଷା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଟ୍ୱିନ ସିଟିରେ ଅକାଶ ମେଘାଛନ୍ନ ରହିବ ବୋଲି ସୂଚନା ଦିଆଯାଇଛି ।

By amfnews

Related Post