ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ବଜେଟ ଉପସ୍ଥାପନ କରି ଡିଜିଟାଲ ଭିଲେଜ୍ ନିର୍ମାଣ ନେଇ ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ ଘୋଷଣା କରିଛନ୍ତି । ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଡିଜିଟାଲ ଭିଲେଜ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି। ପାଖାପାଖି ୫ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭ କରିଥିଲେ । ଲଗାତର ଭାବରେ ଏହା ଅନୁସାରେ ଅନେକ ନୂଆ ଯୋଜନା ସୁରୁ କରାଯାଇଛି । ଗ୍ରାମାଂଚଳରେ ଫାଇବର କେବୁଲ୍ ବିଛା ଯାଇଛି । ଗାଁଗୁଡିକରେ ୱାଇଫାଇ ସଂଯୋଗ ପାଇଁ କାମ କରାଯାଉଛି । ୯୦ ପ୍ରତିଶତରୁ ଅଧିକ ଭାରତୀୟ ନାଗରିକଙ୍କର ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି । ସେହିପରି ସରକାରଙ୍କ ତରଫରୁ ଗ୍ରାମୀଣ ଅଂଚଳମାନଙ୍କରେ ବିଭିନ୍ନ ସେଣ୍ଟର ମଧ୍ୟ ନିର୍ମାଣ କରାଯାଇଛି । ଏଥିପାଇଁ ୪୦ ହଜାର ଗ୍ରାମ ପଂଚାୟତରେ ୱାଇଫାଇ ହଟସ୍ପର୍ଟ ଲଗାଯାଇଛି ବୋଲି ପୀୟୁଷ ଗୋଏଲ ଦାବି ବଜେଟ୍ ଉପସ୍ଥାପନ ବେଳେ ସୂଚନା ଦେଇଛନ୍ତି।
ବଜେଟ୍ ୨୦୧୯ରେ ଡିଜିଟାଲ ଇଣ୍ଡିଆକୁ ନେଇ ଏହି ସବୁ ତଥ୍ୟ ରଖାଯାଇଛି…
• ମାସିକ ଡାଟା ବ୍ୟବହାର ୫୦ ଗୁଣା ବୃଦ୍ଧି ପାଇଛି
• ମୋବାଇଲ କଂପାନୀଗୁଡିକ ଭାରତରେ ନିଯୁକ୍ତି ଦେଉଛନ୍ତି
• କମନ ସର୍ଭିସ ସେଂଟର ଗ୍ରାମୀଣ ଅଂଚଳମାନଙ୍କରେ ବୃଦ୍ଧି ପାଉଛି ଏବଂ ଡିଜିଟାଲ ଭିଲେଜ ପ୍ରସ୍ତୁତ ହେଉଛି ।
• ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ଡିଜିଟାଲ ଭିଲେଜ ପ୍ରସ୍ତୁତ କରାଯିବ ।