Wed. Jan 8th, 2025

ବଜେଟ ଉପସ୍ଥାପନ ବେଳେ ଶାୟରୀ ଓ ଚାଣକ୍ୟ ନୀତି ଶୁଣାଇଲେ ଅର୍ଥମନ୍ତ୍ରୀ

By amfnews Jul 5, 2019 #Featured
255 Views

ନୂଆଦିଲ୍ଲୀ : ‘ନିଜ ଉପରେ ବିଶ୍ୱାସ ଅଛି ତ ପବନ ସାହାଯ୍ୟରେ ନିଆଁ ଜଳେଇପାରିବ’ ଉର୍ଦ୍ଦୁର ଏହି ପ୍ରସିଦ୍ଧ ଶାୟରୀ ସହ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | କେବଳ ଶାୟରୀ କହିନାହାନ୍ତି ବରଂ  ଚାଣକ୍ୟଙ୍କ ମହାନ ନୀତିକୁ ମନେପକାଇଛନ୍ତି | ‘ଇଛାଶକ୍ତି ସାଥିରେ ପ୍ରୟାସ କଲେ ଲକ୍ଷ୍ୟ ହାସଲ ହୋଇଥାଏ’, ଚାଣକ୍ୟଙ୍କ ଏହି ନୀତି ସହ ନିର୍ମଳା ଆଜି ୫ ଟ୍ରିଲିୟନ ଡଲାରର ବଜେଟ ଉପସ୍ଥାପନ କରିଛନ୍ତି | ପ୍ରକୃତ କଥା ହେଉଛି ଭାରତୀୟ ଅର୍ଥବ୍ୟବସ୍ଥାର ଏତେ ବଡ ପରିମାଣର ଲକ୍ଷ୍ୟ ହାସଲ କରିବାକୁ ଇଛାଶକ୍ତି ଆବଶ୍ୟକ ବୋଲି କହିବାକୁ ଚାହିଁଥିଲେ |

ତେବେ ଇଛାଶକ୍ତି ଓ ବିଶ୍ୱାସକୁ ପ୍ରତିପାଦିତ କରିବାକୁ ଚାଣକ୍ୟ ନୀତି ଓ ମଂଜୁର ହାସମୀଙ୍କ ଶାୟରୀର ସାହାଯ୍ୟ ନିର୍ମଳା ନେଇଥିଲେ | ମୋଦୀ ସରକାରଙ୍କ ଦ୍ଵିତୀୟ ପାଳି କାର୍ଯ୍ୟକାଳର ପ୍ରଥମ ବଜେଟକୁ ପ୍ରଥମ ଥର ଭାବେ ନିର୍ମଳା ଉପସ୍ଥାପନ କରିଛନ୍ତି |

ଏହି ଅବସରରେ ନିର୍ମଳା କହିଥିଲେ ଯେ ୨୦୧୪ରେ ଆମ ସରକାର ଯେତେବେଳେ ଆସିଥିଲା ଭାରତର ଅର୍ଥନୀତି ୧.୮୫ ଟ୍ରିଲିୟନ ଡ଼ଲାର ଥିଲା | କିନ୍ତୁ ୫ ବର୍ଷରେ ଏହା ବଢି ୨.୭ ଟ୍ରିଲିୟନ ଡ଼ଲାରରେ ପହଞ୍ଚିଥିଲା | ତେବେ ଆଗାମୀ କିଛି ବର୍ଷରେ ଏହା ୫ ଟ୍ରିଲିୟନ ଡ଼ଲାରରେ ପହଞ୍ଚାଇବାର ଲକ୍ଷ୍ୟ ଥିବା ନିର୍ମଳା କହିଛନ୍ତି |

By amfnews

Related Post