Fri. Mar 6th, 2026

ବଜେଟ୍ ପୂର୍ବରୁ ସାଧାରଣ ଜନତାଙ୍କୁ ବଡ଼ ଆଶ୍ଵସ୍ତି, ଶସ୍ତା ହେଲା ରୋଷେଇ ଗ୍ୟାସ୍

406 Views

Khabar Odisha:Business-odisha-prior-to-the-budget-the-common-man-was-given-a-lot-of-relief
ନୂଆଦିଲ୍ଲୀ, ଜାନୁଆରୀ୩୧:ବଜେଟ୍ ପୂର୍ବରୁ ମୋଦୀ ସରକାର ସାଧାରଣ ଜନତାଙ୍କୁ ବଡ଼ ଆଶ୍ଵସ୍ତ ଦେଇଛନ୍ତି। ସରକାର ଗ୍ୟାସ୍ ଉପଭୋକ୍ତାଙ୍କୁ ବଡ଼ ଆଶ୍ଵସ୍ତ ଦେଇ  ଗୁରୁବାର ଅଣ ସବସିଡିରେ ମିଳୁଥିବା ସିଲିଣ୍ଡର ଉପରୁ ୩୦ ଟଙ୍କା ହ୍ରାସ କରିଛନ୍ତି। ସେହିଭଳି ସବସିଡିଯୁକ୍ତ ସିଲିଣ୍ଡର ଉପରୁ ୧.୪୬ ଟଙ୍କା କମ କରିଛନ୍ତି। କମ୍ପାନୀ ଅନ୍ତରାଷ୍ଟ୍ରୀୟ ବଜାରରେ ଏଲପିଜି ଦର ହ୍ରାସ ଘଟିବା ଏବଂ ଡଲାର ତୂଳନାରେ ଟଙ୍କାର ବିନିମୟ ମୂଲ୍ୟ ମଜବୁତ ହେବା କାରଣରୁ ରୋଷେଇ ଗ୍ୟସର ମୂଲ୍ୟ ହ୍ରାସ  ଘଟିଛି।

ଦିଲ୍ଲୀରେ ଏହା ହେବ ଗ୍ୟାସର ମୂଲ୍ୟ

ଦିଲ୍ଲୀରେ ଅଣ ସବସିଡିରେ ମିଳୁଥିବା ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇ ୬୫୯ ହେବ, ଯାହା ପୂର୍ବେ  ପ୍ରତି ସିଲିଣ୍ଡର ୬୮୯ ଟଙ୍କା ଥିଲା। ଏହି ପରି ସବିସିଡି ଯୁକ୍ତ ସିଲିଣ୍ଡରର ମୂଲ୍ୟ ୪୯୩.୫୩ ଟଙ୍କା ହେବ।  ଯାହା ଜାନୁଆରୀରେ ୪୯୪.୯୯ ଟଙ୍କା ରହିଥିଲା।

ଏହା ପୂର୍ବରୁ  ଚଳିତ ବର୍ଷ ପ୍ରାରମ୍ଭରେ ମୋଦୀ ସରକାର ଅଣ ସବସିଡି ସିଲିଣ୍ଡର ଉପରୁ ୧୧୬ ଟଙ୍କା  ହ୍ରାସ କରିଥିଲେ।

By amfnews

Related Post