Tue. Jan 7th, 2025

ବଜେଟରେ ନୂଆ ପରମ୍ପରା ଆରମ୍ଭ କଲେ ଅର୍ଥମନ୍ତ୍ରୀ ସୀତାରମଣ; ‘ବ୍ରିଫ୍‌କେସ୍‌’ରେ ନୁହେଁ ‘ବହି ଖାତା’ରେ ଆଣିଲେ ଦେଶର ବଜେଟ

By amfnews Jul 5, 2019 #Featured
103 Views

ନୂଆଦିଲ୍ଲୀ: ମୋଦି ୨.୦ ସରକାରରେ ଦେଶର ସର୍ବପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଥିବା ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ତାଙ୍କର ପ୍ରଥମ ବଜେଟ ଉପସ୍ଥାପିତ କରିଛନ୍ତି। ଏଥିସହ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଚଳିତ ବଜେଟ ଉପସ୍ଥାପନ କାଳରେ ବହୁ ପ୍ରାଚୀନ କାଳରୁ ଚଳି ଆସୁଥିବା ଏକ ପାଶ୍ଚାତ୍ୟ ପରମ୍ପରାକୁ ବାଦ ଦେଇ ଏକ ନୂତନ ଭାରତୀୟ ପରମ୍ପରାର ଅୟମାରମ୍ଭ କରିଛନ୍ତି।

ଆଉ ସେଇଟି ହେଉଛି, ବିଗତ ସବୁ ବର୍ଷ ପରି ନିଜର ପୂର୍ବସୂରୀମାନଙ୍କ ପଦାଙ୍କ ଅନୁସରଣ କରି ୨୦୧୯- ୨୦ ଆର୍ଥିକ ବର୍ଷର କେନ୍ଦ୍ର ବଜେଟକୁ ପାଶ୍ଚାତ୍ୟ ଢ଼ାଞ୍ଚାରେ ଏକ ‘ବ୍ରିଫ୍‌କେସ୍‌’ରେ ପୂରାଇ ଉପସ୍ଥାପିତ କରିବା ବଦଳରେ; ଭାରତରେ ହିସାବ ରଖିବା ପାଇଁ ବହୁ ପ୍ରାଚୀନ କାଳରୁ ବ୍ୟବହୃତ ହୋଇ ଆସୁଥିବା ଚାରି ଭାଙ୍ଗ ବିଶିଷ୍ଟ ନାଲି କନାର ବହି ଖାତା ରେ ଉପସ୍ଥାପିତ କରିଛନ୍ତି।

View image on TwitterView image on Twitter

ANI

@ANI

Chief Economic Advisor Krishnamurthy Subramanian on FM Nirmala Sitharaman keeping budget documents in four fold red cloth instead of a briefcase: It is in Indian tradition. It symbolizes our departure from slavery of Western thought. It is not a budget but a ‘bahi khata'(ledger)

୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେତେବେଳେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥ ସଚିବ ଏସ୍‌ ସି ଗର୍ଗ ଓ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟମଙ୍କ ଗହଣରେ ସଂସଦ ଭବନ ଭିତରକୁ ପ୍ରବେଶ କରୁଥିଲେ ସେତେବେଳେ ସେ ବ୍ରିଫ୍‌କେସ୍‌ରେ ନୁହେଁ ବରଂ ବହି ଖାତାରେ ବଜେଟକୁ ଧରି ସଂସଦ ଭିତରକୁ ଯାଉଥିବା ଦେଖିବାକୁ ମିଳିଥିଲା।

ANI

@ANI

Chief Economic Advisor Krishnamurthy Subramanian on FM Nirmala Sitharaman keeping budget documents in four fold red cloth instead of a briefcase: It is in Indian tradition. It symbolizes our departure from slavery of Western thought. It is not a budget but a ‘bahi khata'(ledger)

View image on TwitterView image on Twitter

By That Logic™🤔@yehkyabaathui

Just loving the way we are getting our identity back!

Vande Mataram🙏

See By That Logic™🤔‘s other Tweets

ଅର୍ଥମନ୍ତ୍ରୀ ସୀତାରମଣଙ୍କ ଏପ୍ରୟାସକୁ କିନ୍ତୁ ସବୁ ମହଲରୁ ସ୍ୱାଗତ କରାଯାଇଛି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟମ କହିଛନ୍ତି ଯେ ଅର୍ଥମନ୍ତ୍ରୀଙ୍କର ‘ବହି ଖାତା ’ରେ ବଜେଟକୁ ଧରି ସଂସଦ ମଧ୍ୟକୁ ପ୍ରବେଶ ଘଟଣା ପ୍ରମାଣ କରୁଛି ଯେ ଆମେ ଏବେ ପାଶ୍ଚାତ୍ୟ ଚିନ୍ତନ ଓ ଦାସତ୍ୱରୁ ସଂପୂର୍ଣ୍ଣ ରୂପେ ମୁକ୍ତ।

View image on TwitterView image on Twitter

ANI

@ANI

Chief Economic Advisor Krishnamurthy Subramanian on FM Nirmala Sitharaman keeping budget documents in four fold red cloth instead of a briefcase: It is in Indian tradition. It symbolizes our departure from slavery of Western thought. It is not a budget but a ‘bahi khata'(ledger)

ସେହିପରି ଦେଶର ଟୁଇଟର ବ୍ୟବହାରକାରୀମାନେ ମଧ୍ୟ ଅର୍ଥମନ୍ତ୍ରୀ ସୀତାରମଣଙ୍କର ଏ ଉଦ୍ୟମର ଭରପୂର ପ୍ରଶଂସା କରିଛନ୍ତି।

By amfnews

Related Post