Mon. Dec 23rd, 2024

ଫୋନ୍ ବଦଳରେ ସାବୁନ ଡେଲିଭରି ହେଲା, ଆମାଜନ ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ କେସ

By amfnews Oct 31, 2018 #Featured
219 Views

ନୂଆଦିଲ୍ଲୀ, ଅକ୍ଟୋବର ୩୧ : ଦିଲ୍ଲୀ ଉପକଣ୍ଠ ନୋଏଡାରେ ଆମାଜନ ଇଣ୍ଡିଆ ମୁଖ୍ୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ବିଶ୍ୱର ଜଣାଶୁଣା ଇ-କମର୍ସ କମ୍ପାନୀ ‘ଆମାଜନ’କୁ ଜଣେ ବ୍ୟକ୍ତି ମୋବାଇଲ ଫୋନ ପାଇଁ ଅର୍ଡର ପଠାଇଥିଲେ । ଅର୍ଡର ପଠାଇଥିବା ବ୍ୟକ୍ତିକୁ ଆମାଜନ ପକ୍ଷରୁ ଡେଲିଭରି ହୋଇଗଲା କିନ୍ତୁ ପ୍ୟାକେଟ ଖୋଲିବା ବେଳକୁ ଭିତରେ ମୋବାଇଲ ଫୋନ ବଦଳରେ ଏକ ସାବୁନ ଥିଲା ।

ଗ୍ରେଟର ନୋଏଡାର ବିସରଖ ପୋଲିସ ଷ୍ଟେସନରେ ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଛି । ଅନ୍ୟପକ୍ଷରେ କମ୍ପାନୀର କହିବା ଅନୁସାରେ ଠକେଇକୁ ଗୁରୁତର ସହିତ ନେଇଥାଏ ଏବଂ ଏହି ଘଟଣାର ତଦନ୍ତ ହେବ । ଆମେ ତଦନ୍ତ ପାଇଁ ପୋଲିସକୁ ସଂପୂର୍ଣ୍ଣ ଭାବେ ସହଯୋଗ କରିବୁ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ।

ବିସରଖ ପୋଲିସ ଷ୍ଟେସନ ସାର୍କିଲ ଅଫିସର ନିଶାଙ୍କ ଶର୍ମା କହିଛନ୍ତି, ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗକର୍ତ୍ତା କହିଛନ୍ତି, ସେ ଆମାଜନ ୱେବସାଇଟ ଜରିଆରେ ମୋବାଇଲ ଫୋନ ଅର୍ଡର କରିଥିଲେ । ତାଙ୍କୁ ଅକ୍ଟୋବର ୨୭ରେ ଯେତେବେଳେ ଡେଲିଭରି ହେଲା ପ୍ୟାକେଟ ଭିତରେ ଏକ ସାବୁନ ଥିଲା ।

ଅଭିଯୋଗ ଅନୁସାରେ ପୋଲିସ ଆମାଜନ ଇଣ୍ଡିଆର ମୁଖ୍ୟ ଅମିତ ଅଗ୍ରୱାଲ, ଲଜିଷ୍ଟିକ ଫାର୍ମ ଦର୍ଶିତା ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ପ୍ରଦୀପ କୁମାର, ରବୀଶ କୁମାର ଏବଂ ଡେଲିଭରି କର୍ମଚାରୀ ଅନୀଲଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

By amfnews

Related Post