Mon. Jun 9th, 2025

ଫୋନିର ମୁକାବିଲା ଲାଗି କୋଣାର୍କରେ ପୁଲିସ୍ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

By amfnews Apr 30, 2019 #Featured
318 Views

କୋଣାର୍କ: ଫୋନିର ପ୍ରଭାବରୁ ଚନ୍ଦ୍ରଭାଗାର ମତ୍ସ୍ୟଜୀବୀମାନଙ୍କୁ ସୁରକ୍ଷିତ ରଖିବା ଲାଗି ପ୍ରଶାସନ ପକ୍ଷରୁକୋଣାର୍କଠାରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ କୋଣାର୍କ ଏନ୍‌ଏସି ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ମତ୍ସ୍ୟଜୀବୀମାନଙ୍କୁ ନିକଟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ବା ସ୍କୁଲ ନିକଟକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ମତ୍ସ୍ୟଜୀବୀମାନେ ନିଜ ଡଙ୍ଗା ଓ ଜାଲକୁ ନିରାପଦ ସ୍ଥାନକୁ ବୋହି ନେଇ ଯାଉଥିବାର ଦେଖିବାକୁ ମିଳୁଛି। ସକାଳ ସମୟରୁ ଅଦ୍ୟାବିଧି ସମୁଦ୍ର ଅଶାନ୍ତ ଥିବାର ପରିଲକ୍ଷିତ ହେଉଛି। କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିକଟରେ ଥିବା ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ସମସ୍ତ ପ୍ରକାର ଆନୁସାଙ୍ଗିକ ସୁବିଧାର ବନ୍ଦୋବସ୍ତ କରାଯାଉଛି। ଆବଶ୍ୟକ ପଡିଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବାକୁ ବି ଯୋଜନା ରହିଥିବା ସଂପର୍କରେ ନିର୍ବାହୀ ଅଧିକାରୀ ଏମ୍‌ .ଶ୍ରୀନିବାସନ୍‌ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କୋଣାର୍କର ମୁଖ୍ୟ ବଜାର ଦେଇ ଯାଇଥିବା ଡ୍ରେନ୍‌ ଗୁଡିକର ସଫେଇ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା ଜୋରସୋର କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିବା ଥାନା ଅଧିକାରୀ ସଂଜୀବ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ଅଧିକ ଆଗ୍ନିକ ମୁତୟନ ସହିତ ଜରୁରୀକାଳୀନ ପଦକ୍ଷେପ ନିଆଯିବା ପାଇଁ ପ୍ରସ୍ତୁତି ସରିଛି ବୋଲି ଅଗ୍ନିଶମ ସେବା ଅଧିକାରୀ ଜ୍ୟୋତି ପ୍ରକାଶ ରଥ ସୂଚନା ଦେଇଛନ୍ତି।

By amfnews

Related Post