221 Views

ନୂଆଦିଲ୍ଲୀ, ଅକ୍ଟୋବର ୨୩ :ମୋଦୀନଗର ଅଂଚଳରେ ଜଣେ ୫୦ ବର୍ଷୀୟା ମହିଳା ଜଣେ ଯୁବକ ସହ ଫେରାର ହେବା ମାମଲା ସାମ୍ନାକୁ ଆସିଛି । ସଂପୃକ୍ତ ମହିଳାଙ୍କୁ ଫେସବୁକରେ ମେରଠର ଜଣେ ଯୁବକଙ୍କ ସହ ପ୍ରେମ ହୋଇଥିଲା । ମହିଳାଙ୍କର ଜଣେ ଝିଅର ବିବାହ ହୋଇ ସାରିଛି । ମହିଳାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଛନ୍ତି ।
ସୂଚନାଅନୁଯାୟୀ, ମହିଳା ଜଣଙ୍କୁ ତାଙ୍କ ପୁଅ ୬ମାସ ତଳେ ମୋବାଇଲ ଦେଇଥିଲେ । ଫଳରେ ମହିଳା ଜଣକ ଫେସବୁକ ଏବଂ ହ୍ୱାଟସଅପରେ ଆକାଉଂଟ ଖୋଲି ଥିଲେ । ୩ମାସ ପୂର୍ବରୁ ମହିଳା ସଂପୃକ୍ତ ଯୁବକଙ୍କ ସହ ବନ୍ଧୁ ହୋଇଥିଲେ ଏବଂ ୧ମାସ ହେବ ଦୁହେଁ ମୋବାଇଲରେ କଥା ହେଉଥିଲେ ଫଳରେ ଗତକାଲି ମହିଳା ଜଣକ ଘରେ ଫୋନ ଛାଡି ଫେରାର ହୋଇ ଯାଇଛନ୍ତି । ଫୋନ ଯାଂଚ୍ କରିବା ପରେ ତାଙ୍କ ବିଷୟରେ ଜଣା ପଡିଥିଲା । ଯୁବକ ଜଣେ ବିବିଏ ଛାତ୍ର । ପୁଲିସ କହିବା ଅନୁଯାୟୀ, ନିଖୋଜ ଏତଲା ରୁଜୁ କରି ମହିଳାଙ୍କର ଅନୁସନ୍ଧାନ କରା ଯାଉଛି ।