Sat. Mar 7th, 2026

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ନିକଟସ୍ଥ ଦଡକଙ୍ଗିଆ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ନିହତ ମହିଳା ମାଓବାଦୀଙ୍କ ପରିଚୟ ମିଳିପାରି ନଥିଲା। ଘଟଣାସ୍ଥଳରୁ ପୁଲିସ ୪ଟି ବନ୍ଧୁକ, ଗୁଳିଗୋଳା, ବିପୁଳ ପରିମାଣର ମାଓ ସାମଗ୍ରୀ ଓ ଲ୍ୟାଣ୍ଡ ମାଇନ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଜବତ କରିଛି। ସୂଚନାଯୋଗ୍ୟ, ଏବେ ବି ଘଟଣାସ୍ଥଳରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏଥିରେ ଏସଓଜି ଓ ସିଆରପିଏଫର କୋବ୍ରା ଯବାନ ନିଯୋଜିତ ଅଛନ୍ତି ।

281 Views

ଚେନ୍ନାଇ: ତାମିଲନାଡୁର କୋୟମ୍ବଟୁରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ୪ଜଣ ଯୁବକଙ୍କ ପୂରା ରାଜ୍ୟର ୫୦ରୁ ଅଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହିତ ଓ ବ୍ଲାକ୍‌ମେଲ କରୁଥିବା ଅଭିଯୋଗ ହୋଇଥିଲା। ଗୁଣ୍ଡା ଆକ୍ଟ ଜରିଆରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ଯୁବକମାନେ ଯୁବତୀ ଓ ମହିଳାଙ୍କୁ ଯୌନ ନିର୍ଯାତନା ଦେଇ ସେହି ସମୟର ଭିଡିଓ ବନାଇ ପରବର୍ତ୍ତୀ ସମୟରେ ଧମକ ଦେଉଥିବା ପୁଲିସ ସୂତ୍ରରୁ ପ୍ରକାଶ। ଏହି ଘଟଣା ସାମ୍ନାକୁ ଆସିବା ପରେ ସରକାର ଏହି ମାମଲାକୁ ସିବିସିଆଇଡିକୁ ଟ୍ରାନ୍ସଫର କରି ଦେଇଛନ୍ତି।

ଏହି ମାମଲା ଫେବ୍ରୁଆରି ୨୪ରେ ସାମ୍ନାକୁ ଆସିଥିଲା। ଯେତେବେଳେ ପୋଲାଚି ପୁଲିସ ଜଣେ ୧୯ବର୍ଷିଅ ପିଲାକୁ ଯୁବତୀଙ୍କୁ ଯୌନ ଶୋଷଣ ଓ ବ୍ଲାକ୍‌ମେଲ ଅଭିଯୋଗରେ ଗିରଫ କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ବୟସ ୨୦ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି।

By amfnews

Related Post