Fri. Mar 6th, 2026

ଫିଲ୍ମ ପୋଷ୍ଟରରେ ନବୀନ ଓ ମମତାଙ୍କ ଫଟୋକୁ ଅରୁଚିକର ଭାବେ ଉପସ୍ଥାପିତ କରି ବିଜେପି କର୍ମୀ ଗିରଫ

226 Views

କୋଲ୍‌କାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଫଟୋକୁ ଅଶ୍ଳୀଳ ଢଙ୍ଗରେ ଉପସ୍ଥାପିତ କରି ଏହାକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଗିରଫ ହୋଇଛନ୍ତି ଯୁବକ। ପଶ୍ଚିମ ମିଦିନାପୁରର ଶାଳବଣୀ ଥାନା ଅଞ୍ଚଳରେ ରହୁଥିବା ବାବୁୟା ଘୋଷଙ୍କୁ ଏହି ଅଭିଯୋଗରେ ପୁଲିସ ଗିରଫ କରିଛି। ବାବୁୟା ଜଣେ ଭାରତୀୟ ଜନତା ପାର୍ଟି କର୍ମୀ ଏବଂ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ବିକୃତ ଭାବେ ଫଟୋସପ୍‌ରେ ପ୍ରସ୍ତୁତ କରି ଫେସ୍‌ବୁକ୍‌ରେ କମେଣ୍ଟ ସହ ପୋଷ୍ଟ କରିଥିଲେ।

ନବୀନ ଓ ମମତାଙ୍କ ବିକୃତ ଫଟୋ ସହ ସେ ଲେଖିଥିଲେ କି ଯଦି ଆପଣମାନେ ଠିକ୍‌ ବୟସରେ ବିବାହ କରୁନାହାନ୍ତି, ତେବେ ସେ ପାଗଳ ହୋଇଯାଇପାରନ୍ତି। ବର୍ତ୍ତମାନ୍‌ କିନ୍ତୁ ସମଗ୍ର ପଶ୍ଚିମବଙ୍ଗ ଦେଖିପାରୁଛି, ଯଦି ଜଣେ ଝିଅ ଠିକ୍‌ ବୟସରେ ବିବାହ ନ କରେ ତେବେ କ’ଣ ହେବ? ଏହି ଫଟୋ ଓ ପୋଷ୍ଟକୁ ନେଇ ଅନେକ ପ୍ରତିକ୍ରିୟା ଆସିବା ପରେ ପୁଲିସ ବାବୁୟାଙ୍କୁ ଗିରଫ କରିଛି।ଉଲ୍ଲେଖଯୋଗ୍ୟ କି ଓଡ଼ିଆ ଫିଲ୍ମ‘ସମ୍‌ଥିଙ୍ଗ୍‌ ସମ୍‌ଥିଙ୍ଗ୍‌’ର ପୋଷ୍ଟରରେ ଥିବା ନାୟକ-ନାୟିକାଙ୍କ ଫଟୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁ ଯୋଡ଼ି ଏହି ବିକୃତ ତଥା ଅରୁଚିକର ଫଟୋ ପ୍ରସ୍ତୁତ ହୋଇଛି।

By amfnews

Related Post