Sat. Dec 28th, 2024

ଫାଶୀ ଲଗାଇ ଆର୍ଏସ୍ପି କର୍ମଚାରୀଙ୍କ ଆତ୍ମହତ୍ୟା

By amfnews Aug 25, 2018 #Featured
138 Views

ରାଉରକେଲା, ୨୫ା୮(): ଶୋଇବା ଘରେ ଫାଶୀ ଲଗାଇ ଜଣେ ଆର୍ଏସ୍ପି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଆତ୍ମହତ୍ୟାର କୌଣସି ସ୍ପଷ୍ଟ କାରଣ ସମ୍ପର୍କରେ ଜଣାପଡିନାହିଁ । ଏନେଇ ସେକ୍ଟର-୭ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ଆରଏସ୍ପିରେ ଚାକିରୀ କରୁଥିବା ଝାଡଖଣ୍ଡ ମନୋହରପୁର ଅଞ୍ଚଳର ଆଶିଷ ଟୁଟି ସେକ୍ଟର-୮ ଡି-୨୧୭ କ୍ୱାର୍ଟରରେ ଏକାକୀ ରହୁଥିଲେ ।

ଆଶିଷଙ୍କ ଘର କବାଟ ବନ୍ଦ ଥିବାରୁ ପାଖ ପଡୋଶୀ ସନ୍ଦେହ କରିଥିଲେ । କବାଟ ବାଡେଇଥିଲେ ମଧ୍ୟ ଆଶିଷ କବାଟ ଖୋଲିନଥିଲେ । ଝରକା ବାଟେ ଦେଖିବାରୁ ଆଶିଷ ଏକ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଲୋକେ ସେକ୍ଟର-୭ ଥାନାରେ ଏନେଇ ଖବର ଦେଇଥିଲେ । ପୁଲିସ୍ ସେଠାରେ ପହଞ୍ôଚ ମନୋହରପୁରରେ ରହୁଥିବା ଆଶିଷଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । ଘର ଲୋକେ ଏଠାରେ ପହଞ୍ôଚବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପୁଲିସ୍ ସେମାନଙ୍କୁ ଶବ ହସ୍ତାନ୍ତର କରିଛି । ଆତ୍ମହତ୍ୟାର କୌଣସି କାରଣ ଜଣାପଡିନାହିଁ । ଆସାନ୍ତା ମାସରେ ତାଙ୍କର ବିବାହ ହୋଇଥାନ୍ତା ବୋଲି ପୁଲିସ୍ ସୂଚନା ଦେଇଛି ।

By amfnews

Related Post