Sun. Mar 8th, 2026

ଫାରୁକ୍‌ ଓ ଓମାର୍‌ ଅବ୍ଦୁଲ୍ଲାଙ୍କୁ ଭେଟିବାକୁ ଶ୍ରୀନଗରରେ ୧୫ଜଣିଆ ଏନ୍‌ସି ପ୍ରତିନିଧି ଦଳ

423 Views

ନୂଆଦିଲ୍ଲୀ  : ଶନିବାର ଦିନ ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌ର ଏକ ୧୫ଜଣିଆ ପ୍ରତିନିଧି ଦଳ ସମ୍ପ୍ରତି ଅଟକ ଥିବା ଦଳର ଅଧ୍ୟକ୍ଷ ଫାରୁକ୍‌ ଅବ୍ଦୁଲ୍ଲା ଏବଂ ଉପାଧ୍ୟକ୍ଷ ଓମାର୍‌ ଅବ୍ଦୁଲ୍ଲାଙ୍କୁ ଭେଟିବାକୁ ଶ୍ରୀନଗରରେ ପହଞ୍ଚିଛନ୍ତି।

ଫାରୁକ ଅବ୍ଦୁଲ୍ଲା ଶ୍ରୀନଗର ଠାରେ ଥିବା ତାଙ୍କ ବାସଭବନରେ ଗୃହବନ୍ଦୀ ଥିବାବେଳେ ଓମାର ରାଜ୍ୟର ଗୋଟାଏ ଅତିଥି ଭବନରେ ଅଟକ ଅଛନ୍ତି।
ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌ର ମୁଖପାତ୍ର ମଦନ ମାଣ୍ଟୁ ଶୁକ୍ରବାର ଦିନ କହିଥିଲେ ଯେ ପ୍ରାଦେଶିକ ଅଧ୍ୟକ୍ଷ ଦେବେନ୍ଦର ସିଂହ ରାଣା ଏବଂ ଦଳର ବିଧାୟକମନଙ୍କୁ ସହ ପ୍ରତିନିଧି ଦଳ ରବିବାର ସକାଳେ ଜମ୍ମୁ ଛାଡ଼ିବ।

ଏ ସଂକ୍ରାନ୍ତରେ ଗୁରୁବାର ସନ୍ଧ୍ୟାରେ ରାଣା ରାଜ୍ୟପାଳଙ୍କ ଠାରୁ ଅନୁମତି ପତ୍ର ପାଇଥିଲେ। ମଣ୍ଟୁ କହିଛନ୍ତି ଯେ ଜମ୍ମୁର ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌ ନେତାମାନଙ୍କ ଚଳାଚଳ ଉପରେ କଟକଣା ଉଠିଯିବା ପରେ ପରେ ବୁଧବାର ଦିନ ଜମ୍ମୁର ଜିଲ୍ଲା ଅଧ୍ୟକ୍ଷ ଓ ବରିଷ୍ଠ କର୍ମୀମାନଙ୍କର ଗୋଟାଏ ଜରୁରୀକାଳୀନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ସେ ମଧ୍ୟ କହିଛନ୍ତି ଯେ ବରିଷ୍ଠ ନେତା ମୁଖ୍ୟ ରାଜନୈତିକ ଦଳର ଅନ୍ୟାନ୍ୟ ଶୀର୍ଷ ସ୍ଥାନୀୟ ନେତାମାନଙ୍କ ଅଟକ ଯୋଗୁଁ ଦଳ ମର୍ମାହତ। ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଠାରୁ ଜଶ୍ମୀର ଉପତ୍ୟକାରେ ଅବ୍ଦୁଲ୍ଲାଙ୍କ ସମେତ ଅନ୍ୟାନ୍ୟ ୫୦୦ ରାଜନେତାଙ୍କୁ ଅଟକ ରଖାଯାଇଛି।

By amfnews

Related Post