Sun. Jan 26th, 2025

ଫାଇଜର ଟିକା ନେବାର ୧୬ ଦିନ ପରେ ଡାକ୍ତରଙ୍କ ମୃତ୍ୟୁ! ଟିକାକୁ ଦାୟୀ କଲେ ପତ୍ନୀ

By amfnews Jan 8, 2021 #Featured
154 Views

ୱାଶିଂଟନ, ଜାନୁଆରୀ ୦୮ : ଆମେରିକାର ମିୟାମୀ ସହରରେ ଡାକ୍ତର ଗ୍ରେଗରୀ ମାଇକେଲ (୫୬)ଙ୍କ ଫାଇଜରର କରୋନା ଭାଇରସ ଟିକା ନେବାର ୧୬ ଦିନ ପରେ ମୃତ୍ୟୁ ହୋଇଛି । ଏ ନେଇ ତାଙ୍କର ପତ୍ନୀ ହେଇଦୀ ନେକେଲମାନ ଅଭିଯୋଗ ଆଣିଛନ୍ତି ।  ସେ କହିଛନ୍ତି ଯେ, ଗତ ଡିସେମ୍ବର ୧୮ ତାରିଖରେ ତାଙ୍କର ସ୍ୱାମୀ କରୋନା ଟିକା ନେବା ପୂର୍ବରୁ ସୁସ୍ଥ ଥିଲେ । ପୂର୍ବରୁ ଡାକ୍ତର କୌଣସି ରୋଗରେ ପୀଡ଼ିତ ନଥିଲେ । ସେ ସୁସ୍ଥ ଓ ମଜବୁତ ଥିଲେ । କିନ୍ତୁ ଟିକା ନେବା ପରେ ଡାକ୍ତରଙ୍କ ରକ୍ତ ସଂଚାଳନରେ ଅସୁବିଧା ହୋଇଥିଲା । 

ଡାକ୍ତର ଗ୍ରେଗରୀଙ୍କୁ ରବିବାର ସକାଳୁ ଅଚାନକ ରୋଗ ପ୍ରତିଷେଧକ କ୍ଷମତା ସହ ଜଡ଼ିତ ରୋଗ ହୋଇଥିଲା । ଏଥିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ପତ୍ନୀ କହିଛନ୍ତି ଯେ, ଫାଇଜରର ଏହି ଟିକା ରୋଗ ସୃଷ୍ଟି କରିଥିଲା । ସେ କହିଛନ୍ତି ଟିକା ଯୋଗୁଁ ତାଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଫାଇଜର କଂପାନୀ କହିଛି ଯେ, ଡାକ୍ତର ଗ୍ରେଗରୀଙ୍କ ମୃତ୍ୟୁ ନେଇ ତଦନ୍ତ କରୁଛି । କଂପାନୀର ମୁଖପାତ୍ର କହିଛନ୍ତି ଯେ, ଆମେ ସ୍ୱୀକାର କରିପାରିବୁନି ଯେ, ଟିକାର ଡାକ୍ତର ଗ୍ରେଗରୀଙ୍କ ମୃତ୍ୟୁ ସହିତ ସିଧାସଳଖ ସଂପର୍କ ରହିଛି । ଟିକା ନେବା ପରେ ଡାକ୍ତରଙ୍କ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇ ନଥିଲା । କିନ୍ତୁ ୩ ଦିନ ପରେ ଡାକ୍ତର ଯେତେବେଳେ ଗାଧୋଇ ଥିଲେ, ସେହି ସମୟରେ ତାଙ୍କର ହାତରେ ଲାଲ ରଂଗ ଦେଖାଯାଉଥିଲା । ଏହା ପରେ ଡାକ୍ତର ମାଉଣ୍ଟ ସିନାଇ ମେଡିକାଲ ସେଣ୍ଟରରେ ନିଜର ସ୍ୱାସ୍ଥ୍ୟ ଯାଂଚ କରାଇଥିଲେ । କାରଣ ସେଠାରେ ସେ ଟିକା ନେଇଥିଲେ ।

By amfnews

Related Post