390 Views
ମୁମ୍ବାଇ , ଜାନୁଆରୀ ୧୮ : ଅଭିନେତ୍ରୀ ନୀତୁ ସିଂହ ଏବଂ ଅଭିନେତା ଋଷି କପୁର ବଲିଉଡ୍ର ଏଭରଗ୍ରିନ୍ ଯୋଡ଼ିଙ୍କ ମଧ୍ୟରୁ ଗୋଟିଏ । ଜୀବନର ସବୁ ଦୁଃଖସୁଖରେ ଦୁହେଁ ପରସ୍ପରର ସାଥୀରେ ଥିବା ବେଳେ ଏବେ ଦୁହେଁ ଆମେରିକାରେ ଥିବା ଜଣାପଡ଼ିଛି । ଋଷି କପୁରଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବା ପରେ ସେ ଆମେରିକାରେ ରହି ନିଜର ଚିକତ୍ସା କରାଉଥିବା ବେଳେ ନୀତୁ ସିଂହ ତାଙ୍କ ସହ ରହୁଛନ୍ତି । ତେବେ ଦୁହିଁଙ୍କ ଯୋଡ଼ିକୁ ଏଭରଗ୍ରିନ୍ ଯୋଡ଼ି କୁହାଯାଉଥିବା ବେଳେ ନୀତୁ ସିଂହ ବିବାହର କିଛି ବର୍ଷ ବିତିଯିବା ପରେ ଅବସ୍ଥା କେମିତି ହୋଇଥାଏ,ତାହା ଜଣାଇଛନ୍ତି ।
ଋଷିଙ୍କ ସହ ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଲଞ୍ଚ ଡେଟ୍, ବିବାହର ୩୮ବର୍ଷ ପରେ ଏହା ହିଁ ହୁଏ । ସ୍ୱାମୀ ଫୋନ ଦେଖୁଛନ୍ତି ଏବଂ ମୁଁ ସେଲ୍ଫି ନେଉଛି। ସେୟାର କରାଯାଇଥିବା ଫଟୋରେ ଋଷି କପୁର ନିଜର ଫୋନରେ ବ୍ୟସ୍ତ ଥିବା ଦେଖାଯାଇଛି ।