Sat. Mar 7th, 2026

ଫଟୋ ଗ୍ରାଫର ଆସୋସିଏସନର ବୈଠକ ଓ କର୍ମକର୍ତ୍ତା ନିର୍ବାଚନ

172 Views

ରାଉରକେଲା, ୧୫ା୧୦  : ସ୍ଥାନୀୟ ପାନ୍ଥ ନିବାସ ଠାରେ ରାଉରକେଲା ଫଟୋ ଗ୍ରାଫର ଆସୋସିଏସନର ସାଧାରଣ ପରିଷଦ ବୈଠକ ସମିଦ ଅହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସହରରେ କାର୍ଯ୍ୟରତ ଫଟୋ ଗ୍ରାଫରମାନେ ଉପସ୍ଥିତ ଥିଲେ । ଫଟୋ ଗ୍ରାଫରମାନଙ୍କ ମଧ୍ୟରେ ଏକତା ଓ ସମନ୍ୱୟ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ଆସୋସିଏସନର ବିକାଶ ଓ କାର୍ଯ୍ୟକ୍ରମକୁ ନେଇ ସଦସ୍ୟମାନେ ବିଭିନ୍ନ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଅବସରରେ ଆସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଉପଦେଷ୍ଟା ଭାବେ ବିନୋଦ କୁମାର, ଉପଦେଷ୍ଟା ମଣ୍ଡଳୀରେ ସୁମନ୍ତ ମହାନ୍ତି, ବିଭୂତି ଭୂଷଣ ମହାନ୍ତି, ଶିବ ପଣ୍ଡା, ଲଲନ କୁମାର ସାହାଣୀ, ସୁଶାନ୍ତ ମିଶ୍ର ରହିଛନ୍ତି ।

ଆସୋସିଏସନ ସଭାପତି ଭାବେ ଅତୁଲ ସାଙ୍ଗଭି, ଉପସଭାପତି ସନ୍ତୋଷ ବେହେରା, ପ୍ରକାଶ ମହାକୁଲ, ନବକୃଷ୍ଣ ମହାପାତ୍ର, ସୁଦର୍ଶନ ଜେନା, କାର୍ଯ୍ୟକାରୀ ସଭାପତି ଭାବେ ମନୋଜ ନାୟକ, ସାଧାରଣ ସମ୍ପାଦକ ଭାବେ ସଂଜୟ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଦିଲ୍ଲୀପ ମହାନ୍ତି, ଲୁନା ମହାନ୍ତି, କ୍ଷୀତିଶ ଜେନା, କୋଷାଧ୍ୟକ୍ଷ ଭାବେ ଏମ୍ଡି ମକସୁଦ ଆଲମ, ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଉମାଶଙ୍କର ପାତ୍ର, ସାଙ୍ଗଠନିକ ସମ୍ପାଦକ ଭାବେ ରମାକାନ୍ତ ସ୍ୱାଇଁ, ଯୁଗ୍ମ ସାଙ୍ଗଠନିକ ସମ୍ପାଦକ ଭାବେ ସନ୍ତୋଷ ସାହୁ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଅଜିତ ନାୟକ ଏବଂ ପ୍ରତାପ ମହାନ୍ତି ନିର୍ବାଚିତ ହୋଇଛନ୍ତି ।

By amfnews

Related Post