Mon. Nov 25th, 2024

ଫଟା ଡଙ୍ଗାରେ ଯାତ୍ରା କରିବା ହେଲା କାଳ: ବାଲିମେଳା ଜଳଭଣ୍ଡାରରେ ବୁଡ଼ିଲା ନୌକା, ୪ ମୃତ।: ନୌକାରେ ଯାତ୍ରା କରୁଥିଲେ ୭ଜଣ ଯାତ୍ରୀ: ଦୁର୍ଘଟଣାରେ ୪ ଜଣ ନିଖୋଜ

By amfnews Sep 12, 2018 #Featured
104 Views

ମାଲକାନଗିରିସ୍ଥିତ ବାଲିମେଳା ଜଳଭଣ୍ଡାରରେ ଦେଶୀ ଡଙ୍ଗା ବୁଡି ୪ ଜଣ ଜଳ ସମାଧି ହୋଇଥିବା ଜଣାପଡିଛି।ଗତକାଲି ଘଟିଛି ଏହି ମର୍ମନ୍ତୁଦ ନୌକା ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣ ନିଖୋଜ ହୋଇଥିବା ବେଳେ ନାଉରିଆ ସମେତ ୩ ଜଣ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ।

ଗତକାଲି ମୋଟ ୭ଜଣ ଯାତ୍ରୀଙ୍କୁ ନେଇ ଏହି ନୌକାଟି ଯାଉଥିଲା। ହେଲେ ଅଧା ବାଟରେ ନୌକାରେ ପାଣି ଭରିଯିବାରୁ ଦୁର୍ଘଟଣାର ଶିକାର ହୋଇଥିଲା। ଫଳରେ ସେଥିରେ ଥିବା ସମସ୍ତ ଯାତ୍ରୀ ବୁଡ଼ି ଯାଇଥିଲେ। ମାତ୍ର ୩ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ।

ମିଳିଥିବା ସୂଚନାନୁସାରେ ନାକାମାମୁଡି ଗ୍ରାମର ଆରପଟ ଜଙ୍ଗଲରେ ଗ୍ରାମବାସୀ ମାନେ ଚାଷ କରିଥିଲେ।ଗତକାଲି ୬ ଜଣ ମହିଳା ଓ ଜଣେ ଛୋଟ ଝିଅ ଜଳଭଣ୍ଡାରର ଆରପଟ ଜଙ୍ଗଲକୁ ଜମିରୁ ଘାସ ଓପାଡିବା ପାଇଁ ଯାଉଥିଲେ।ଡଙ୍ଗାର ନାଉରି ସନ୍ୟାସୀ ଶିଶା ଡଙ୍ଗାରେ କଣା ଅଛି ଏଥିରେ ଯିବା ବିପଦ ବୋଲି ସେମାନଙ୍କୁ ସତର୍କ କରିଥିଲା ହେଲେ ମହିଳା ଶୁଣି ନଥିଲେ ଆମେ ପାଣି କାଢିବୁ ତମେ ଚାଲ ବୋଲି କହି ୬ ଜଣ ନାଉରିଆକୁ ମିଶାଇ ୭ ଜଣ ଯାତ୍ରା କରିଥିଲେ।୫ ଶହ ରୁ ୬ ଶହ ମିଟର ଯିବା ପରେ ଡଙ୍ଗାରେ ଭୁସ ଭୁସ ହୋଇ ପାଣି ପଶିବାରେ ଲାଗିଲା ଫଳରେ ସେମାନେ ପାଣି କାଢିବାରେ ଅସମର୍ଥ ହୋଇ ପଡିଲେ।ଯାହା ଫଳରେ ଡଙ୍ଗାଟି ମଝି ଦରିଆରେ ବୁଡିଗଲା। ଚମ୍ପା ଶିଶା ଓ ଲଛମା ଶିଶା ଉଭୟ ପାଣିରେ ପହଁରି କୂଳକୁ ଆସିଥିଲେ।ହେଲେ ଅନ୍ୟ ୪ ଜଣ ଏଯାଏଁ ନିଖୋଜ ଅଛନ୍ତି।ସେମାନେ ହେଲେ ୧.ଦହନା ସୋଢି,୨.ବୁଦୁରି ଶିଶା,୩.ରାଧିକା ଶିଶା,ତୁଳସା ଶିଶା(୯) ନିଖୋଜ ହୋଇ ଯାଇଛନ୍ତି।

ନିଖୋଜଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ଶିଶୁ ଥିବାର ଜଣାପଡ଼ିଛି। ଉକ୍ତ ଘଟଣା ସ୍ଥଳରେ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।ଚିତ୍ରକୋଣ୍ଡା ଆଇଆଇସି ରାମ ପ୍ରସାଦ ନାଗ ଏବଂ ତହସିଲଦାର ଫାଲଗୁନୀ ମାଝି ଉପସ୍ଥିତ ଅଛନ୍ତି। ତେବେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ସ୍ଥାନୀୟ ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ବର୍ଲାବନ୍ଧ ଗ୍ରାମର ବୋଲି ଜଣାପଡ଼ିଛି।

By amfnews

Related Post