Sat. Mar 7th, 2026

ପଡ଼ିଆରୁ ମିଳିଲା ବିଛାଡ଼ି ହୋଇ ପଡ଼ିଥିବା ମହିଳାଙ୍କ କଟାମୁଣ୍ଡ ଏବଂ ଅନ୍ୟାନ୍ୟ ଦେହାଂଶ

289 Views

ନୂଆଦିଲ୍ଲୀ, ଜାନୁଆରୀ ୨୩ : ସୋମବାର ସନ୍ଧ୍ୟାରେ ଦିଲ୍ଲୀ ସହର ବାହାରେ ଥିବା ଏକ ପଡ଼ିଆରୁ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ଦେହାଂଶ। ଅଧିକାଂଶ ଦେହାଂଶ ଗୋଟାଏ ଧଳା ବସ୍ତାରେ ଥିବା ବେଳେ କିଛି ବିଛାଡ଼ି ହୋଇ ପଡ଼ିଥିବାରୁ ସେ ସବୁକୁ କୁକୁରମାନେ ଖାଇଥିବା ସନ୍ଦେହ କରାଯାଉଛି। ସେଗୁଡ଼ିକରେ କୁକୁର କାମୁଡ଼ାର ଚିହ୍ନ ମଧ୍ୟ ରହିଛି। ଖଣ୍ଡେ ଦୂରରେ ଥିବା ଏକ ନିଛାଟିଆ ଜାଗାରେ କଟାମୁଣ୍ଡଟି ପଡ଼ିଥିବା ଦେଖାଯାଇଥିଲା।

ସୋମବାର ସନ୍ଧ୍ୟା ୬ଟାରେ ଜଣେ ବାଟୋଇ ପଡ଼ିଆରେ ଏହି ବସ୍ତାଟିକୁ ଦେଖିଥିଲେ। ତାଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ଘଟନାସ୍ଥଳରେ ପହଞ୍ଚି ଦେହାଂଶଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ପୁଲିସ କହିଛି ଯେ ମାନବ ଶରୀରର ମାତ୍ର କେତେକ ଛିନ୍ନ ଅଂଶ ମିଳିଛି। ମୃତ ବ୍ୟକ୍ତିଙ୍କର ଲିଙ୍ଗ ସଂକ୍ରାନ୍ତରେ ଆମେ ସମ୍ପୂର୍ଣ୍ଣ ନିଶ୍ଚିତ ନୋହୁଁ, କିନ୍ତୁ ପୋଷାକରୁ ଜଣାପଡୁଛି ସେ ମହିଳା ହୋଇଥାଇ ପାରନ୍ତି।

ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ଆଲିପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ଲାଗି ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି।

By amfnews

Related Post