Thu. Dec 26th, 2024

ପ୍ଲାଷ୍ଟିକ ବ୍ୟବହାର ଉପରେ ଲାଗିଲା କଟକଣା : ସର୍ବସାଧାରଣରେ ମନା, ତିଆରି, ଆମଦାନୀ ଓ ଗଚ୍ଛିତ ଉପରେ ଲାଗିବ ରୋକ

By amfnews Sep 5, 2018
Plastic bag
189 Views

ଭୁବନେଶ୍ୱର, ୦୫ ସେପ୍ଟେମ୍ବର :

 ରାଜ୍ୟରେ ପ୍ଲାଷ୍ଟିକ ବା ପଲିଥିନ୍ ବ୍ୟବହାର ଉପରେ ବ୍ୟାନ୍ ନେଇ ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ଡ୍ରାଫ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଥିରେ ଥିବା କଟକଣା ବ୍ୟବସ୍ଥାକୁ ସେଂଟ୍ରାଲ ପଲ୍ୟୁସନ କଂଟ୍ରୋଲ ବୋର୍ଡ଼ ସ୍ୱୀକୃତି ପ୍ରଦାନ କରିଛି ।

ଏହି ଡ୍ରାଫ୍ଟ ବିଜ୍ଞପ୍ତିରେ ରାଜ୍ୟରେ ପ୍ରମୁଖ ସହର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ପୁରୀ ପାଇଁ ବିଶେଷଭାବେ କଟକଣା କରାଯାଇଛି । ସର୍ବସାଧାରଣରେ ପ୍ଲାଷ୍ଟିକ ବ୍ୟହବାର କରିପାରିବେ ନାହିଁ । ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ଷ୍ଟ୍ର, ପାଉଚ ଇତ୍ୟାଦି ବ୍ୟବହାର ନିଷିଦ୍ଧ କରିବା ସହିତ ତିଆରି, ଆମଦାନୀ, ରପ୍ତାନୀ ଏବଂ ଗଚ୍ଛିତ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଥର୍ମୋକୁଲାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏଥିରେ ୫ ଶହ ମିଲିଲିଟିର ତଳକୁ ଥିବା ପାଣି ବୋତଲ ବ୍ୟବହାର କରାଯାଇପାରିବ ବୋଲି ଉଲ୍ଲେଖ ରହିଛି । ଏହାବ୍ୟତୀତ ମାଟିରେ ମିଶୁଥିବା ପଲିଥିନ ଏବଂ ଥର୍ମୋକୁଲରରେ ତିଆରି ହୋଇଥିବା ପ୍ଲେଟ ମଧ୍ୟ ବ୍ୟବହାର ହୋଇପାରିବ । ଗାନ୍ଧି ଜୟନ୍ତୀ ଅର୍ଥାତ୍ ଅକ୍ଟୋବର ୨ ରୁ ଏହି କଟକଣା ଲାଗୁ ହେବ ।

By amfnews

Related Post