512 Views
ରାଉରକେଲା, ୧୪ା୧୨ : ରାଉରକେଲା ମହାନଗର ନିଗମ ପକ୍ଷରୁ ନିଷିଦ୍ଧ ପ୍ଲାଷ୍ଟିକ୍ ବ୍ୟବହାର ରୋକିବା ଦିଗରେ ସହରର ଡେଲି ମାର୍କେଟ୍ ଓ ବିଶ୍ରା ଛକ ଅଞ୍ଚଳରେ ଥିବା ପ୍ଲାଷ୍ଟିକ୍ ହୋଲ୍ସେଲ୍ ଓ ଅନ୍ୟ ଦୋକାନରେ ଚଢଉ କରାଯାଇଛି । ଏହି ଚଢଉ ବେଳେ ୩ କ୍ୱିଣ୍ଟାଲରୁ ଊଦ୍ଧ୍ୱର୍ ନିଷିଦ୍ଧ ପ୍ଲାଷ୍ଟିକ୍ ଜରି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଜୋରିମାନା ବାବଦକୁ ଉକ୍ତ ଦୋକାନୀଙ୍କ ଠାରୁ ୬୦ ହଜାର ଟଙ୍କା ଆଦାୟ କରାଯାଇଛି ।
ରାଉରକେଲା ମହାନଗର ନିଗମ ଡେପୁଟି କମିଶନର ସୁଷମା ବିଲୁଙ୍ଗଙ୍କ ନେତୃତ୍ୱରେ ଏହି ଚଢଉ କରାଯାଇଥିଲା । ଏହି ଚଢଉ ବେଳେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ସମେତ ମହାନଗର ନିଗମ କର୍ମଚାରୀମାନେ ସାମିଲ୍ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବର ସହରର ଛେଣ୍ଡ ଓ ବାସନ୍ତୀ କଲୋନୀ ସମେତ ମୁଖ୍ୟରାସ୍ତାରେ ଥିବା ଦୋକାନରେ ଏଭଳି ଚଢଉ କରାଯାଇ ନିଷିଦ୍ଧ ପ୍ଲାଷ୍ଟିକ୍ ଜବତ କରାଯିବା ସହ ଖିଲାପକାରୀଙ୍କ ଠାରୁ ଅନୁରୂପ ଭାବେ ଜୋରିମାନା ଆଦାୟ କରାଯାଇଥିଲା ।