Fri. Mar 6th, 2026

ପ୍ରେମ ବିବାହର ୮ ଦିନ ପରେ ନିର୍ଯାତନା ଆରମ୍ଭ, ପତ୍ନୀର ତଣ୍ଟି କାଟି ଯୁବକ ଫେରାର

325 Views

ସମ୍ବଲପୁର: ପ୍ରେମକୁ ସଫଳ ରୂପ ଦେବା ପାଇଁ ଘର ଛାଡ଼ି ପଳାଇଥିବା ଯୁବତୀ ମନ୍ଦିରରେ ବିବାହ କରିବାର ୮ ଦିନ ପରେ ନିର୍ଯ୍ୟାତନାର ଶିକାର ହୋଇଛି। ବିବାହର ୪ ମାସ ପରେ ନିର୍ଯ୍ୟାତନା ଚରମ ସୀମାରେ ପହଞ୍ଚିଛି। ସମ୍ବଲପୁର ଜିଲ୍ଲାର ଧମା ଥାନା ଅନ୍ତର୍ଗତ ସୁରଡ଼ା ଗାଁରେ ଶନିବାର ଜଣେ ଯୁବକ ନିଜ ସ୍ତ୍ରୀର ତଣ୍ଟି କାଟି ଫେରାର ହୋଇଯାଇଛି। ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଅପରେସନ୍‌ ପାଇଁ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁସାରେ ସୁରଡା ଗ୍ରାମର ସ୍ୱପ୍ନା ପୋଢ଼ (୧୯) ଚାରି ମାସ ତଳେ ଘରୁ ପଳାଇ ବଡ଼ଟିକିରା ଗ୍ରାମର ସାଗର ପୋଢ ଓରଫ ଚେରୁ (୨୪)ଙ୍କୁ ବିବାହ କରିଥିଲେ। ମାତ୍ର ବିବାହର ମାତ୍ର ୮ ଦିନ ପରେ ସାଗର ନିଜ ପ୍ରେମିକା ସ୍ତ୍ରୀ ସ୍ୱପ୍ନାଙ୍କୁ ନିର୍ଯ୍ୟାତନା ଦେବା ଆରମ୍ଭ କରି ଦେଇଥିଲା। ସୀମା ଟପିବାରୁ ସ୍ୱପ୍ନା ୧୨ ଦିନ ତଲେ ନିଜ ବାପ ଘରକୁ ଫେରି ଆସିଥିଲେ।

By amfnews

Related Post