Mon. Feb 3rd, 2025

ପ୍ରେମିକା ଚାକିରି କରିବାରୁ ବିବ୍ରତ ହୋଇ ନିଜର ତଣ୍ଟି କାଟି ପକାଇଲେ ପ୍ରେମିକ

By amfnews Dec 13, 2018
158 Views

ଗାଜିଆବାଦ, ଡିସେମ୍ବର ୧୩ : ବିରୋଧ କରିବା ସତ୍ତ୍ୱେ ପ୍ରେମିକା ଚାକିରି କରିବାରୁ ବିବ୍ରତ ହୋଇ ବୁଧବାର ସକାଳେ ଖୋଦା ଠାରେ ଜଣେ ୨୨ ବର୍ଷିୟ ଯୁବକ ନିଜର ତଣ୍ଟି କାଟି ପକାଇଛନ୍ତି। ନଇଡ଼ାର ସେକ୍ଟର୍‌ ୩୭ରେ ଜଣେ ଫୁଡ୍‌ ଡେଲିଭରି ମ୍ୟାନ୍‌ ଭାବେ କାର୍ଯ୍ୟ କରୁଥିବା ଖୋଦାର ଅନୀଲ ବିହାରବାସୀ ରବି ଯାଦବ ନାମକ ଉକ୍ତ ଯୁବକଙ୍କ ତଣ୍ଟିର ଅବସ୍ଥା ଅତି ଗୁରୁତର ହୋଇ ପଡ଼ିଛି।

କୁହାଯାଉଛି ସେ ପ୍ରେମିକାକୁ ଭେଟିବାକୁ ଯାଇଥିଲେ। ସେଠାରୁ ଘରକୁ ଫେରିବା ବାଟରେ ନିଜ ଗଳା କାଟି ପକାଇଥିଲେ। ଘରେ ପହଞ୍ଚିବା ପରେ ସେ ତାଙ୍କ ବାପାଙ୍କୁ ନିଦରୁ ଉଠାଇଥିଲେ। ଉତ୍ତର ପ୍ରଦେଶ ଅନ୍ତର୍ଗତ ହାଥ୍ରାସ୍‌ବାସୀ ତାଙ୍କ ବାପା ରାଜୁ ଯାଦବ କହନ୍ତି, ପୁଅ ଆସି ତାଙ୍କୁ ଉଠାଇବା ବେଳକୁ ରାତି ୯ଟା ବାଜିଥିଲା।

କାହିଁକି ଡାକିଲୁ ବୋଲି ପଚାରିବାରୁ ସେ ‘ବିଦାୟ’ କହି ଚଟାଣରେ ପଡ଼ିଯାଇଥିଲା। ବାପା ତାଙ୍କୁ ଉଠାଇବାକୁ ଯାଇ ଦେଖିଲେ ତା’ ଦେହରୁ ରକ୍ତ ବାହାରୁଛି।

ସଙ୍ଗେ ସଙ୍ଗେ ରବିଙ୍କ ପ୍ରେମିକା ଆସି ସେମାନଙ୍କ ଘରେ ପହଞ୍ଚିଥିଲେ।

ରବିଙ୍କ ବାପା କହନ୍ତି: ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା, କିନ୍ତୁ ଗତ ୪/୫ ଦିନ ସେମାନେ ଅନେକ ଥର କଜିଆ ଲାଗିଥିଲେ। ନିକଟ ଅତୀତରେ ଯୁବତୀଜଣକ ଚାକିରିରେ ଯୋଗ ଦେଇଛନ୍ତି। ସେ ଚାକିରି କରିବାରୁ ମୋ ପୁଅ ବିବ୍ରତ ହୋଇ ପଡ଼ିଥିଲା।

ଆହତ ରବିଙ୍କୁ ନଇଡ଼ାର ଏକ ଡାକ୍ତରଖାନାକୁ ନିଆଯାଇଥିଲା। ଗାଜିଆବାଦ ପୁଲିସ କହୁଛି ଯେ ଠିକଣା ସମୟରେ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା କରାଇବାରୁ ତା’ର ଅବସ୍ଥା ଭଲ ଅଛି।

ପରିବାର ଲୋକେ ରବିଙ୍କ ଦେଖାଶୁଣା କରୁଥିବା ବେଳେ ପୁଲିସ ନିଜ ତରଫରୁ ଏକ ଅଭିଯୋଗ ଦାଏର କରିଥିବା କଥା ସହକାରୀ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରବି କୁମାର କହିଛନ୍ତି।

By amfnews

Related Post