Sat. Mar 7th, 2026

ପ୍ରେମିକଙ୍କ ସହ ବିବାହ ନିମନ୍ତେ ମା’ଙ୍କ ହୁଣ୍ଡିରେ ପଡ଼ିଛି ଚିଠି

175 Views

ସମ୍ବଲପର : ପ୍ରେମିକ ସହ ଭୁଲ୍‌ ବୁଝାମଣା ନ ହେଉ। ବାହାଘର ସୁରୁଖୁରୁରେ ହୋଇଯାଉ। ମା’ ସମଲେଇଙ୍କ ପାଖକୁ ଆସିଛି ଏମିତି ବିନତିପୂର୍ଣ୍ଣ ଚିଠି। ଚିଠିବାକ୍ସରେ କିନ୍ତୁ ପଡ଼ିନି ଏ  ଚିଠି। ପଡ଼ିଛି ମା’ଙ୍କ ହୁଣ୍ଡି ବାକ୍ସରେ। ହୁଣ୍ଡି ବାକ୍ସରୁ ବାହାରିଥିବା ଏପରି ଚିଠିକୁ ନେଇ ଏବେ ଚାଲିଛି ଚର୍ଚ୍ଚା।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କର ହୁଣ୍ଡି ଖୋଲି ଟଙ୍କା ଗଣା ଚାଲିଥିବା ବେଳେ ମନ୍ଦିର ଟ୍ରଷ୍ଟର ସଦସ୍ୟଙ୍କ ନଜରରେ ଏକ ଧଳା କାଗଜ ପଡ଼ିଥିଲା। କ’ଣ ହୋଇ ଥାଇପାରେ ବୋଲି ସେମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଥିଲା। ଚିଠିକୁ ଖୋଲିବା ପରେ କେହି ଜଣେ ମା’ଙ୍କୁ ଗୁହାରୀ କରି ନିଜ ଦୁଃଖ ଓ ସମସ୍ୟା ଜଣାଇଥିବା ଜଣା  ପଡ଼ିଥିଲା।

ଚିଠିରେ ଲେଖାଥିଲା, ‘ସଞ୍ଜୀବ ଓ ମୋ ସମ୍ପର୍କକୁ ନେଇ କେବେ କିଛି ଭୁଲ ବୁଝାମଣା ନ ହେଉ।  ଅତି ଶୀଘ୍ର ସମସ୍ତ ସମସ୍ୟା ସୁଧୁରି ବିବାହ ହୋଇଯାଉ।‘ ଏଇ ଗୋଟିଏ ଚିଠି ନୁହେଁ,  ହୁଣ୍ଡି ବାକ୍ସ ଭିତରୁ ଆଉ ଏକ ଚିଠି ମଧ୍ୟ ବାହାରିଥିଲା।  ସେଥିରେ ଲେଖାଥିଲା-‘ଏ ମାସ ଶେଷ ପୂର୍ବରୁ ସାହାରା ଅଫିସ୍‌ରେ ଅଟକିଥିବା ସମସ୍ତ ଟଙ୍କା ଚାଲିଆସୁ।’ ଏବେ ଏହି ୨ଟି ଚିଠିକୁ ନେଇ ସହରରେ ଚର୍ଚ୍ଚା ଲାଗି ରହିଛି।

By amfnews

Related Post