Sat. Mar 7th, 2026

ପ୍ରିୟଙ୍କାଙ୍କ ସିନ୍ଦୂର ପିନ୍ଧିବା ନେଇ ସମାଲୋଚନା କରିଥିବା ସାମାଜିକକର୍ମୀଙ୍କୁ ଉଚିତ ଜବାବ ଦେଲେ ମାଆ ମଧୁ ଚୋପ୍ରା

326 Views

ମୁମ୍ବାଇ: ନିକଟରେ ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନ୍‌ସଙ୍କୁ ବିବାହ କରିଛନ୍ତି ବଲିଉଡ୍‌ ଟର୍ଣ୍ଣଡ୍‌ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏବେ ଗଣମାଧ୍ୟମରୁ ନେଇ ସୋସିଆଲ୍‌ ମିଡିଆ ପର୍ଯ୍ୟନ୍ତ ସବୁଠି ନିକ୍ୟାଙ୍କଙ୍କ ଚର୍ଚ୍ଚା। ତାଙ୍କର ମେହେନ୍ଦୀ ଓ ସଂଗୀତ ଉତ୍ସବ ଯୋଦ୍ଧପୁରରେ ହୋଇଥିବା ବେଳେ ସେ ଦୁହେଁ ଇଟାଲୀଠାରେ ପରସ୍ପରଙ୍କ ହାତ ଧରି ବିବାହ କରିଛନ୍ତି। ବିବାହ ପରେ ପ୍ରିୟଙ୍କା ସବ୍ୟସାଚୀଙ୍କ ଶାଢ଼ି ପରିଧାନ କରିବା ସହ ମଥାରେ ସିନ୍ଦୂର ଲଗାଇ ନବବଧୂ ବେଶରେ ପ୍ରଶଂସଙ୍କୁ ଚକିତ କରାଇଥିଲେ। କେବଳ ସେତିକ ନୁହେଁ, ହାତ ଭରି ଚୁଡ଼ି ସହ ମଙ୍ଗଳସୂତ୍ର ବି ପିନ୍ଧିଥିଲେ ବିଶ୍ୱ ସୁନ୍ଦରୀ।

ତେବେ, ପ୍ରିୟଙ୍କାଙ୍କର ଏପରି ବେଶକୁ ଅନେକ ପ୍ରଶଂସକ ପସନ୍ଦ କରିଥିବା ବେଳେ କେହି କେହି ସମାଲୋଚକ ସମାଲୋଚନା ମଧ୍ୟ କରିଥିବାର ନଜର ଆସିଛି। ପ୍ରିୟଙ୍କାଙ୍କ ଏପରି ବେଶ୍‌ ଦେଖି ସମାଲୋଚକମାନେ ଅନେକ ପ୍ରଶ୍ନ ଉଠାଇଛନ୍ତି। ପ୍ରିୟଙ୍କାଙ୍କର ଏପରି ବେଶ ନାରୀବାଦିତା କି? ବୋଲି କେହି କେହି ପ୍ରଶ୍ନ କରିଛନ୍ତି।

ସୋସିଆଲ୍‌ ମିଡିଆରେ ଦୀପିକା ଭରଦ୍ୱାଜ ନାମକ ଜଣେ ସାମାଜିକକର୍ମୀଙ୍କୁ ସମାଲୋଚିତ ଟୁଇଟ୍‌ର ଉଚିତ ଜବାବ ଦେଇଛନ୍ତି ପ୍ରିୟଙ୍କାଙ୍କ ମାଆ ମଧୁ ଚୋପ୍ରା। ସମାଜକର୍ମୀ ପ୍ରିୟଙ୍କାଙ୍କ ସିନ୍ଦୂର ପିନ୍ଧିବାକୁ ଆକ୍ଷେପ କରିଥିବା ବେଳେ ମଧୁ ଏହା ଉତ୍ତରରେ କହିଛନ୍ତି କି ‘ସିନ୍ଦୂର ସଂପର୍କ ଭିତରେ ଥିବା ବନ୍ଧନର ପରିମାପ ନୁହେଁ। ପ୍ରିୟଙ୍କା ତାହା ସବୁ ମୁହୂର୍ତ୍ତରେ ପ୍ରମାଣିତ କରି ଚାଲିଛନ୍ତି।’

By amfnews

Related Post