Sat. Mar 7th, 2026

ପ୍ରିୟଙ୍କାଙ୍କ ବାହାଘରକୁ ମୋବାଇଲ ମନା: କାରଣ କ’ଣ ପଢ଼ନ୍ତୁ

220 Views

ମୁମ୍ବାଇ, ନଭେମ୍ବର ୨୯: ବଲିଉଡ୍‌ର ନବଦମ୍ପତ୍ତି ରଣବୀର-ଦୀପିକାଙ୍କର ଗତକାଲି ମୁମ୍ବାଇରେ ଭବ୍ୟ ରେସେପ୍ସନ ପାର୍ଟି ଆୟୋଜିତ ହୋଇଥିବା ବେଳେ ସେପଟେ ଆଉ ଏକ ଚର୍ଚ୍ଚିତ ଯୋଡ଼ି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଇଛି। ଚଳିତ ସପ୍ତାହରେ ରାଜସ୍ତାନ୍‌ର ଜୋଧପୁରର ଉମୈଦ ପ୍ୟାଲେସରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ମଧ୍ୟରେ ବିବାହ ଉତ୍ସବ ହେବାକୁ ଥିବା ବେଳେ ତା’ପୂର୍ବରୁ ଉକ୍ତ ପ୍ୟାଲେସ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ମୁଖ୍ୟତଃ ନଭେମ୍ବର ୨୯ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଉକ୍ତ ଭବନରେ ବିବାହ ଉତ୍ସବ ଚାଲିବାକୁ ସ୍ଥିର ହୋଇଥିବା ବେଳେ ଏହି ସମୟରେ ଅନ୍ୟ ଲୋକଙ୍କ ରହିବା ପାଇଁ ବାରଣ କରାଯାଇଛି। ସେହିପରି ରଣବୀର-ଦୀପିକାଙ୍କ ବିବାହରେ ଯେଉଁଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଠିକ୍‌ ସେମିତି ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହ ଉତ୍ସବରେ ଅନୁସରଣ କରାଯିବ।

ଏମିତିକି ଅତିଥିମାନଙ୍କୁ ମୋବାଇଲ ନେବା ପାଇଁ ବାରଣ କରାଯିବ। ଏହି ସମୟରେ ଉମୈଦ ପ୍ୟାଲେସରେ କଡ଼ା ନଜର ରଖିବା ପାଇଁ ଭାରତର ଗୋଟିଏ ଏବଂ ଆମେରିକର ଗୋଟିଏ ସିକ୍ୟୁରିଟି ସ୍ଥଂସ୍ଥାକୁ ଦାୟିତ୍ୱ ଦିଆଯାଇଛି।

ଦୀପବୀରଙ୍କ ପରି ଏମାନଙ୍କ ବିବାହ ଫଟୋ ଯେମିତି ବାହାରକୁ ନଯାଏ ସେଥି ମଧ୍ୟ ପ୍ରିୟଙ୍କା ଗୁରୁତ୍ୱ ଦେଇଛନ୍ତି। ତେଣୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଏମାନେ ଯୋଧପୁର ପ୍ୟାଲେସରେ ଏଣ୍ଟ୍ରି କରିବାର କାର୍ଯ୍ୟକ୍ରମ ରହିଛି। ଉଭୟଙ୍କ ବିବାହ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ୍‌ ପରମ୍ପରାରେ ଆୟୋଜନ କରାଯିବାର ଯୋଜନା ରହିଛି। ଗତ ଅଗଷ୍ଟ ମାସରେ  ମୁମ୍ବାଇରେ ଏକ ରୋକା ସେରିମୋନିରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା।

By amfnews

Related Post