Sun. Mar 8th, 2026

ପ୍ରିୟଙ୍କାଙ୍କ ବାରାଣାସୀଗସ୍ତ ପୂର୍ବରୁ ନୂଆ ବିବାଦ: ମନ୍ଦିର ଦର୍ଶନ ନେଇ ଆସିଲା ଆପତ୍ତି

300 Views

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିରେ କଂଗ୍ରେସକୁ ମଜବୁତ କରିବା ପାଇଁ ୪ଦିନିଆ ଉତ୍ତର ପ୍ରଦେଶଗସ୍ତରେ ଅଛନ୍ତି । ଏହି ସମୟରେ ପ୍ରିୟଙ୍କା ସେଠାରେ ବିଭିନ୍ନ ମନ୍ଦିର ଯାଇ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ୨୦ମାର୍ଚ୍ଚରେ ପ୍ରିୟଙ୍କା ଗାନ୍ଧୀ ବାରାଣାସୀର ବିଶ୍ୱନାଥ ମନ୍ଦର ଦର୍ଶନ ପରେ ପୂଜାଅର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଥିଲା। ଏହାପୂର୍ବରୁ ଏହି ମାମଲାକୁ ନେଇ ବିବାଦ ସୃଷ୍ଟି ହୋଇଛି।

ବାରାଣାସୀର ଆଇନଜୀବୀ ପ୍ରିୟଙ୍କାଙ୍କ ବିଶ୍ୱନାଥ ମନ୍ଦିର ଦର୍ଶନ ଉପରେ ଆପତ୍ତି ଆଣିଛନ୍ତି। ଉକ୍ତ ଆଇନଜୀବୀ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ପତ୍ର ଲେଖି ପ୍ରିୟଙ୍କା ଭଦ୍ରାଙ୍କ ବିଶ୍ୱନାଥ ମନ୍ଦିର ଦର୍ଶନ ଓ ପୂଜାଅର୍ଚ୍ଚନା ଉପରେ ରୋକ ଲଗାଯାଉ ବୋଲି ଆବେଦନ କରିଛନ୍ତି।

ଏହି ପତ୍ରରେ ଆଇନଜୀବୀ ଲେଖିଛନ୍ତି, ‘ବିଶ୍ୱନାଥ ମନ୍ଦିର ହିନ୍ଦୁ ସନାତନ ଧର୍ମର ଦେବାତାଙ୍କ ମନ୍ଦିର। ତେବେ ପ୍ରିୟଙ୍କା ଇସାଇ ଧର୍ମର ହୋଇଥିବା ହେତୁ ଏଠାକୁ ତାଙ୍କୁ ଯିବାକୁ ବାରଣ କରାଯାଉ।’

By amfnews

Related Post