Tue. May 20th, 2025

ପ୍ରାଥମିକ ଶିକ୍ଷକ ପଦ ପାଇଁ ସିଟିଇଟି ଯୋଗ୍ୟତା ସର୍ତ୍ତ କୋହଳ

By amfnews Sep 7, 2018 #Featured
231 Views

କଟକ : ସେଣ୍ଟ୍ରାଲ ଟିଚର୍ସ ଇଲିଜବିଲିଟି ଟେଷ୍ଟ(ସିଟିଇଟି) ପାସ୍‌ କରି ନଥିଲେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷକ ପଦବି ପାଇଁ ଦରଖାସ୍ତ କରିହେବ। ଯଦି ଆବେଦନକାରୀ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି ତେବେ ତାଙ୍କୁ ଚାକିରିର ଦୁଇ ବର୍ଷ ମଧ୍ୟରେ ସିଟିଇଟି ପାସ୍‌ କରିବାକୁ ପଡିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କମିସନରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଅଧିନରେ ଥିବା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦବି ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପ୍ରାର୍ଥୀଙ୍କ ପାଇଁ ଅନ୍ୟନ୍ୟ ଶିକ୍ଷାଗତ ଯୋଗ୍ୟତା ସହିତ ସିଟିଇଟି ପାସ୍‌ ବାଧ୍ୟତାମୂୂଳକ ବୋଲି ସର୍ତ୍ତ ରଖାଯାଇଥିଲା। ସର୍ତ୍ତ କୋହଳ ପାଇଁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ(କ୍ୟାଟ୍‌)ରେ ଏ ନେଇ ମାମଲା ରୁଜୁ ହୋଇଥିଲା। ମାମଲା ବିଚାରାଧୀନ ଥିବା ବେଳେ ପୂର୍ବରୁ ଆବେଦନକାରୀ କରିଥିବା ଦରଖାସ୍ତକୁ ବିଚାରକୁ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କମିସନର ଏପରି ନିୟମ କୋହଳ କରି ଚାକିରିର ଦୁଇ ବର୍ଷ ମଧ୍ୟରେ ସିଟିଇଟି ପାସ୍‌ ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କରିଛନ୍ତି। ଏ ନେଇ ଆବେଦନକାରୀଙ୍କୁ କମିସନରଙ୍କ ପକ୍ଷରୁ ଅବଗତ କରାଯାଇଛି। ଆବେଦନକାରୀ ପ୍ରଶାନ୍ତ ଓଝା ଓ ଅନ୍ୟ ୪ଜଣଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସତ୍ୟଜିତ ବେହେରା ସହଯୋଗ କରୁଥିଲେ।

By amfnews

Related Post