Wed. Dec 25th, 2024

ପ୍ରାଇଭେଟ ଚାକିରିରେ ସ୍ଥାନୀୟ ଯୁବକଙ୍କୁ ୭୫% ସଂରକ୍ଷଣ ଦେବାକୁ ବିଧେୟକ ଆଣିବ ହରିୟାଣା

By amfnews Aug 22, 2020 #Featured
141 Views

ଚଣ୍ଡିଗଡ଼, ଅଗଷ୍ଟ ୨୨  :  ହରିୟାଣା ସରକାର ରାଜ୍ୟର ଯୁବକଙ୍କ ପାଇଁ ପ୍ରାଇଭେଟ ସେକ୍ଟରରେ ୭୫ ପ୍ରତିଶତ ଆରକ୍ଷଣର ବ୍ୟବସ୍ଥା କରିବାକୁ ଆଗାମୀ ବିଧାନସଭା ଅଧିବେଶନରେ ବିଧେୟକ ଆଣିବାକୁ ଯାଉଛନ୍ତି । କିଛି ଦିନ ପୂର୍ବରୁ ଏହି ପ୍ରକାରର ପ୍ରସ୍ତାବିତ ଆଧ୍ୟାଦେଶକୁ ରାଜ୍ୟପାଳ ମଂଜୁରୀ ଦେଇଥିଲେ । ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ନିକଟରେ କହିଛନ୍ତି, ହରିୟାଣା ସରକାର ଦ୍ୱାରା ଅଣାଯାଇଥିବା ଆଧ୍ୟାଦେଶକୁ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଶୁକ୍ରବାର କହିଛନ୍ତି, ହରିୟାଣା ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନରେ ପଂଚାୟତିରାଜ ପ୍ରତିଷ୍ଠାନରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଏବଂ ଘରୋଇ ସଂସ୍ଥାରେ ଯୁବକଙ୍କୁ ୭୫ ପ୍ରତିଶତ ସଂରକ୍ଷଣ ଦେବାର ପ୍ରାବଧାନ ବିଧେୟକ ଆସିବ । ସୂଚନାଯୋଗ୍ୟ ଆସନ୍ତା ୨୬ ତାରିଖରୁ ବିଧାନସଭା ଅଧିବେଶନ ବସିବ ।

ଚୌଟାଲା କହିଛନ୍ତି, ଆଗାମୀ ସପ୍ତାହରୁ ଆରମ୍ଭ ହେବାକୁ ଥିବା ଏହି ଅଧିବେଶନରେ ଆମେ ଆହୁରି ଅନ୍ୟ ବିଧେୟକ ଆଣିବାକୁ ଯାଉଛୁ । ବିଗତ ମାସରେ ସ୍ଥାନୀୟ ଯୁବକଙ୍କୁ ଘରୋଇ କଂପାନୀରେ ଚାକିରିରେ ୭୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଇବାରେ ଆଧ୍ୟାଦେଶକୁ କ୍ୟାବିନେଟ ମଂଜୁରୀ ମିଳିଥିଲା । ଚୌଟାଲା ନିର୍ବାଚନ ପ୍ରଚାର ସମୟରେ ଯୁବକଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ ।

By amfnews

Related Post