Mon. Jun 9th, 2025

ପ୍ରମାଣ ଦେଲେ ଆଉ ବିଧାନସଭା ଆସିବି ନାହିଁ : ମହାରଥୀ

By amfnews Nov 26, 2019 #Featured
163 Views

ଭୁବନେଶ୍ୱର : ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ନାମରେ ଜମି ହଡ଼ପ ଅଭିଯୋଗ ଆସିଥିଲା ବେଳେ ସେ ଏହାର ଜବାବ ରଖିଛନ୍ତି। ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ୧୦୦ କୋଟି ତ’ ପଛ କଥା ୧୦୦ ଟଙ୍କାର ପ୍ରମାଣ ଦେଲେ ରାଜନୀତି ଛାଡ଼ିଦେବି। ପ୍ରମାଣ ଦେଲେ ଆଉ ବିଧାନସଭା ଆସିବି ନାହିଁ  ବୋଲି ମହାରଥୀ କହିଛନ୍ତି।

ସୂଚନା ଯୋଗ୍ୟ ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୦୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର ସରକାରୀ ଜମି ହଡ଼ପ କରି ନିଜ ଫାର୍ମ ହାଉସରେ ମିଶାଇଛନ୍ତି। ଆଉ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ମଧ୍ୟ ୩୦୦କୋଟି ଟଙ୍କାର ସରକାରୀ ଜମିକୁ ହଡ଼ପ କରିଛନ୍ତି । ଉଭୟ ମହାରଥୀ ଓ ସାମନ୍ତରାୟ ସରକାରୀ ଜମି ଦୁର୍ନୀତିରେ ପରସ୍ପରକୁ ସୁରକ୍ଷା ଦେବା ପାଇଁ ଏବେ ବୁଝାମଣା କରିଛନ୍ତି ବୋଲି ଗତକାଲି ବିଜେପି ଅଭିଯୋଗ ଆଣିଥିଲା।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ଓଡ଼ିଶା ସରକାରଙ୍କର କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ ଶ୍ରୀ ମହାରଥୀ ସର୍ବସାଧାରଣ ସମ୍ପତ୍ତି, ଜଳସେଚିତ କେନାଲ ଜମି, ଗୋଚର, ଚକନାଳୀ, ଚକ ରାସ୍ତା, ରିଜର୍ଭ୍ ଜଙ୍ଗଲ, ଅନାବାଦି, ଚକ ରାସ୍ତା ଆଦିକୁ ନିଜ ହୁଙ୍କେଇପୁର ଫାର୍ମ୍ ହାଉସରେ ମିଶାଇ ଜବରଦଖଲ କରିଛନ୍ତି।

By amfnews

Related Post