Mon. Jun 9th, 2025

ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦ ନେଲେ ଆନ୍ଧ୍ର ରାଜ୍ୟପାଳ

By amfnews Sep 22, 2019 #Featured
162 Views

ଭୁବନେଶ୍ୱର  :  ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ।  ଆଜି ସେ ଲିଙ୍ଗରାଜ ମନ୍ଦିର ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଏହାସହ ସେ ପାର୍ବତୀ ମନ୍ଦିର ଓ ଅନ୍ୟ ମନ୍ଦିର ମଧ୍ୟ ବୁଲି ଦର୍ଶନ କରିଥିଲେ। ପ୍ରାୟ ୨୦ମିନିଟ ଧରି ସେ ମନ୍ଦିର ବେଢ଼ା ବୁଲି ଦେଖିଥିଲେ। ଆନ୍ଧ୍ର ରାଜ୍ୟପାଳଙ୍କୁ ମନ୍ଦିର ସେବାୟତ କମଳାକାନ୍ତ ବଡୁ ଠାକୁରଙ୍କୁ ଦର୍ଶନ କରାଇଥିଲେ। ଏଥିସହ ସେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଏ ଅବସରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଥିଲେ,“ଆନ୍ଧ୍ରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମୁଁ ପ୍ରଥମ ଥର  ପାଇଁ  ଓଡ଼ିଶା ଆସିଛି। ଗତକାଲି ମୁଁ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କଲି ଓ ଆଜି ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲି।” ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ପୋଲାଭରମ୍‌ ବିବାଦର ସମାଧାନ ପ୍ରଶ୍ନର ଉତ୍ତରରେ ଆନ୍ଧ୍ର ରାଜ୍ୟପାଳ କହିଥିଲେ,“ମୁଁ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଭିତରେ ରହି ଯେତିକି ଯାହା କରିବା କଥା କରିବି।”

By amfnews

Related Post