Fri. Mar 6th, 2026

ପ୍ରବାସୀ ଓଡିଆଙ୍କ ପାଇଁ ଲଣ୍ଡନରେ ନିର୍ମାଣ ହେବ ବିରାଟ ଜଗନ୍ନାଥ ମନ୍ଦିର

423 Views

ନୂଆଦିଲ୍ଲୀ, ଅଗଷ୍ଟ ୨୭ : ବ୍ରିଟେନର ଜଗନ୍ନାଥ ମନ୍ଦିର ଟ୍ରଷ୍ଟପ୍ରତିଷ୍ଠିତ ଓଡିଆଙ୍କ ଦ୍ୱାରା ନିର୍ମିତ ଦାନକାରୀ ସଂସ୍ଥା ଲଣ୍ଡନରେ ଏକ ବିରାଟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବାକୁ ଘୋଷଣା କରିଛି। ଏହା ଲଣ୍ଡନୟୁରୋପର ଜଗନ୍ନାଥ ଧାମ ରୂପେ ପରିଚୟ ପାଇବ।

 ଏନେଇ ସଂଯୁକ୍ତ ରାଷ୍ଟ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଗଠିତ ଦ ଜଗନ୍ନାଥ ଟେମ୍ପଲ୍‌ ଟ୍ରଷ୍ଟ‘ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଗତ ୨୩ ତାରିଖରେ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ୍‌ରେ ଓଡ଼ିଶା ସୋସାଇଟି ଅଫ୍‌ ୟୁକେ (ଓଏସ୍‌ୟୁକେ)ର ୪୧ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଜଗନ୍ନାଥ ମନ୍ଦିର ପ୍ରସ୍ତାବ ଦିଆଯାଇଥିବାବେଳେ ଏଥିରେ ୟୁକେଆମେରିକାଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ବାସକରୁଥିବା ପ୍ରବାସୀ ଓଡ଼ିଆ ଯୋଗଦେଇ ସ୍ବାଗତ କରିଥିଲେ। ଲଣ୍ଡନରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ଏହି ବହୁ ପ୍ରତୀକ୍ଷିତ ସ୍ବପ୍ନ ଖୁବ୍‌ଶୀଘ୍ର ସାକାର ହେବ ଓ ଏହି ମନ୍ଦିର ବିଶ୍ୱରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ଏହି ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି। ଏଥି ନିମନ୍ତେ ଆବଶ୍ୟକ ସ୍ଥାନ ନିରୂପଣ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଥିବା ସୂଚନା ଦିଆଯାଇଛି। ଏଥିସହିତ ସମଗ୍ର ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ସଦସ୍ୟ ଅଭିଯାନ ଆରମ୍ଭ କରାଯାଇଛି।

୪ ମିଲିୟନ ୟୁରୋପୀୟ ଡଲାର ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା ଏହି ମନ୍ଦିର ନିମନ୍ତେ ପାଣ୍ଠି ସଂଗ୍ରହ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ମଧ୍ୟ ନିବେଦନ କରାଯାଇଛି। ଜଗନ୍ନାଥପ୍ରେମୀକର୍ପୋରେଟ୍‌ ସଂସ୍ଥା ନିଜ ସାମର୍ଥ୍ୟ ଅନୁଯାୟୀ ଦାନ କରିପାରିବେ। ଏହି ଅଭିଯାନକୁ ସୁଦୃଢ଼ କରିବା ପାଇଁ ଟ୍ରଷ୍ଟ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରାଯାଇଛି।

ଏହି ମନ୍ଦିର ମାଧ୍ୟମରେ ହିନ୍ଦୁଧର୍ମର ପ୍ରଚାର କରାଯିବା ସହ ଏହାକୁ ପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ ଶିକ୍ଷାଗତସାମାଜିକସାଂସ୍କୃତିକ ଏବଂ ସେବା ମନୋଭାବନାର ଏକ ମୁଖଶାଳାରୂପେ ପରିଗଣିତ ହେବ। ଏଥିସହ ଏକ ଇ-ପାଠାଗାର ସ୍ଥାପନ କରାଯିବ। ଏହା ମାଧ୍ୟମରେ ଜଗନ୍ନାଥ ସଂସ୍କୃତି ଓ ସାହିତ୍ୟ ପ୍ରକାଶିତ ହେବା ସହ ଭକ୍ତମାନଙ୍କୁ ମନ୍ଦିର ସହ ଯୋଡ଼ିହେବା ପାଇଁ ଏକ ମାଧ୍ୟମ ହୋଇପାରିବ । ଏହାଦ୍ୱାରା ମନ୍ଦିରର ସମସ୍ତ କାର୍ଯ୍ୟ ଓ ପୂଜାବିଧି ବ୍ୟବସ୍ଥାକୁ ସହଜ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ଟ୍ରଷ୍ଟିମାନେ ପ୍ରକାଶ କରିଛନ୍ତି ଯେ ଏଥିଲାଗି ପ୍ରଭୁ ଜଗନ୍ନାଥଙ୍କ ସେବା ଓ ଦର୍ଶନରେ ପାଇଁ ବହୁ ବିଶିଷ୍ଟ ସାଧୁ ତଥା ପଣ୍ଡିତମାନଙ୍କ ପରାମର୍ଶ ନିଆଯାଇଛି  । ସେମାନଙ୍କୁ ପୁରୀର ମହାରାଜା ଗଜପତି ଦିବ୍ୟା ସିଂ ଦେବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ସହାୟତା କରିବେ ବୋଲି କହିଛନ୍ତି  ।

By amfnews

Related Post