Fri. Mar 6th, 2026

ପ୍ରବଳ ବର୍ଷା ଯୋଗୁଁ ଜୁହୁ ଏୟାର୍‌ପୋର୍ଟ ରନ୍‌େଓ୍ଵକୁ ଉଠି ଆସିଲେ ମାଗୁରମାଛ

372 Views

ମୁମ୍ବାଇ :  ଅତି ପ୍ରବଳ ବର୍ଷା ଯୋଗୁଁ ଜୁହୁ ବିମାନ ବନ୍ଦରର ମଧ୍ୟରେ ଥିବା ଜଳାଶୟରୁ ରନ୍‌େଓ୍ଵ ଉପରକୁ ମାଗୁରମାଛ ଉଠି ଆସିଥିଲେ। ସେମାନଙ୍କ ମଧ୍ୟରୁ କେତେକଙ୍କ ଲମ୍ବ ପ୍ରାୟ ୩ ଫୁଟ୍‌ ହେବ। ରନ୍‌େଓ୍ଵ ଉପରେ ମାଛ ଚାଲବୁଲ କରିବା ଦୃଶ୍ୟ ବିମାନବନ୍ଦର କର୍ମଚାରୀ ଓ ହେଲିକପ୍ଟର ପାଇଲଟଙ୍କୁ ଆମୋଦିତ କରିଥିଲା।

ଦେଶର ବିଭିନ୍ନ ଅଞ୍ଚଳରେ ବିମାନ ଆଦି ଅବରଣ କରାଉଥିବା ପାଇଲଟ୍‌ମାନେ ରନ୍‌େଓ୍ଵ ଉପରେ ନୀଳଗାଈ, ନେଉଳ, ହରିଣ, ସାପ ଓ କୁକୁର ଆଦି ଜନ୍ତୁ ଦେଖିଛନ୍ତି, କିନ୍ତୁ ପାଣିରୁ ମାଛ ଆସି ଚାଲିବା ଦୃଶ୍ୟ ସେମାନଙ୍କ ପାଇଁ ଥିଲା ଅପୂର୍ବ। କେତେକ ଏଇ ମାଛ ଖେଳିବା ଦୃଶ୍ୟର ଭିଡିଓ ଉତ୍ତୋଳନ କରିଛନ୍ତି। କିନ୍ତୁ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କଥା ନାହିଁ। ଏହାର କାରଣ ହେଉଛି ନିମ୍ନଭୂମିରେ ଥିବା ଜୁହୁ ବିମାନ ବନ୍ଦର ମଧ୍ୟରେ ରହିଛି ଗୋଟାଏ ହ୍ରଦ ଏବଂ ଅଧ କିଲୋମିଟର ବ୍ୟାସାର୍ଦ୍ଧରେ ରହିଛି ଗୋଟାଏ ବଡ଼ ନାଳ ଓ ଆରବ ସାଗର। ରନ୍‌େଓ୍ଵ ଉପରୁ ସେମାନଙ୍କୁ ଉଠାଇବାକୁ ଦମକଳ ବାହିନୀ କର୍ମଚାରୀଙ୍କୁ ଡକା ଯାଇଥିଲା। ସେମାନେ ମାଛମାନଙ୍କୁ ଧରି ଗୋଟାଏ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ଭରିଥିଲେ।

By amfnews

Related Post