Mon. Jan 27th, 2025

ପ୍ରଧାନମନ୍ତ୍ରୀ ମୋଦୀ ଆଜି କରିବେ ଅଟଳ ଟନେଲ ଉଦଘାଟନ

By amfnews Oct 3, 2020 #Featured
174 Views

ନୂଆଦିଲ୍ଲୀ, ଅକ୍ଟୋବର ୦୩ : ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଉ ଏକ ସ୍ୱପ୍ନ ଆଜି ପୂରା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଟଳ ଟନେଲକୁ ଉଦଘାଟନ କରିବେ । ବାଜପେୟୀଙ୍କର ୧୪ ବର୍ଷର ସ୍ୱପ୍ନ ପୂରା ହେବା ସହିତ ଭାରତର ଏହି ଭୂତଳ ଅସ୍ତ୍ର ତଥା ଲେହ-ମନାଲୀ ରୋହତାଙ୍ଗ ଅଟଳ ଟନେଲ କର୍ଯ୍ୟକ୍ଷମ ହେବ ।  ଏଣିକି ପାଗ ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ । ତୁଷାରପାତ ଓ ପ୍ରବଳ ବର୍ଷା ସମୟରେ ମଧ୍ୟ ସେନା ପାଇଁ ଅଟଳ ଟନେଲର ରାସ୍ତାରେ ସାମଗ୍ରୀ ଓ ରାଶନ ପହଂଚାଇବାରେ ସହଜ ହେବ । 

ଅଟଲ ଟନେଲ ୯ କିଲୋମିଟର ଦୀର୍ଘ ଏବଂ ସମୁଦ୍ର ପତ୍ତନ ଠାରୁ ୧୦ ହଜାର ଫୁଟ ଉଚ୍ଚରେ ନିର୍ମିତ ହୋଇଛି । ବିଶ୍ୱର ସୁଦୀର୍ଘ ସୁଡଙ୍ଗ ମନାଲୀ ଓ ଲେହ ମଧ୍ୟରେ ୪୬ କିଲୋମିଟର ରାସ୍ତା ହ୍ରାସ କରିବ । ସାମରିକ ଦୃଷ୍ଟିକୋଣରୁ ମଧ୍ୟ ଭାରତୀୟ ସେନା ପାଇଁ ଏହି ଅଟଳ ଟନେଲ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଏହି ଟନେଲର ରାସ୍ତା ଲଦ୍ଦାଖରେ ମୁତୟନ ସୈନିକଙ୍କ ସହ ବର୍ଷତମାମ ଭଲ ସଂପର୍କ ରଖିବାରେ ସହଯୋଗ କରିବ ।

ଅଟଳ ସୁଡ଼ଙ୍ଗ ୧୩ ହଜାର ୫୦ ଫୁଟ ଦୂରରେ ଥିବା ରୋହତାଙ୍ଗ ଲାଗି ବିକଳ୍ପ ରାସ୍ତା ବାହାର କରିବ । ମନାଲି ଉପତ୍ୟାକା ଠାରୁ ଲାହୋଲ ସ୍ପିତି ଉପତ୍ୟାକା ପହଂଚିବା ଲାଗି ପାଖାପାଖି ୫ ଘଣ୍ଟା ସମୟ ଲାଗୁଥିଲା । କିନ୍ତୁ ଏହି ଏହି ଟନେଲ କାର୍ଯ୍ୟକ୍ଷମ ହୋଇଥିବାରୁ ମାତ୍ର ୧୦ ମିନିଟରେ ପହଂଚି ହେବ ।

ଅଟଳ ବିହାରୀ ବାଜପେୟୀ ଲାହୋଲର କେଲାଙ୍ଗରେ ରୋହତାଙ୍ଗ ଟନେଲ ନିର୍ମାଣ ଲାଗି ୨୦୦୨ ଜୁନ ୩ରେ ଘୋଷଣା କରିଥିଲେ । ୨୦୦୪ ଜୁନରେ ବାଜପେୟୀ ଟନେଲର ଉତ୍ତର ପୋର୍ଟାଲକୁ ମନାଲୀ-ଲେହ ଜାତୀୟ ରାଜପଥକୁ ଜୋଡିବାକୁ ଥିବା ପଲଚାନ-ଧୁନ୍ଦୀ ସଡ଼କ ଶିଳାନ୍ୟାସ କରି ଟନେଲ ନିର୍ମାଣ ରାସ୍ତା ଖୋଲିଥିଲେ ।

ସୁରକ୍ଷା ପାଇଁ କଡ଼ାବ୍ୟବସ୍ଥା

ଅଟଲ ଟନେଲରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୯ କିଲୋମିଟର ଲମ୍ବ ଏହି ଟନେଲର ପ୍ରତି ୧୫୦ ମିଟରରେ ଟେଲିଫୋନ, ୬୦ ମିଟରରେ ଫାୟାର ହୋର୍ଡିଙ୍ଗ ଓ ୫୦୦ ମିଟରରେ ଜରୁରୀକାଳୀନ ପ୍ରସ୍ଥାନ ବ୍ୟବସ୍ଥା ରହିଛି । ସେହିଭଳି ୨.୨ କିଲୋମିଟରରେ ପରେ ସୁଡଙ୍ଗରେ ୟୁ-ଟର୍ଣ୍ଣ ଏବଂ ୨୫୦ ମିଟରରେ ସିସିଟିଭି କ୍ୟାମେରା ଲାଗିଛି । ପ୍ରତି ୧ କିଲୋମିଟରରେ ଏୟାର କ୍ୱାଲିଟି ଯାଂଚ ବ୍ୟବସ୍ଥା ରହିଛି ।

By amfnews

Related Post