Tue. Dec 24th, 2024

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟ ହ୍ୟାକ୍ କଲେ ହ୍ୟାକର

By amfnews Sep 3, 2020 #Featured
115 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୩  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବ୍ୟକ୍ତିଗତ ୱେବସାଇଟ narendramodi_in ଟୁଇଟର ଆକାଉଣ୍ଟ ଗୁରୁବାର ସକାଳ ୩ଟା ୧୫ରେ ହ୍ୟାକ ହୋଇଛି । ହ୍ୟାକରମାନେ କୋଭିଡ-୧୯ ପାଣ୍ଠି ଲାଗି ଡୋନେଶନରେ ବିଟକ୍ୱାଇନ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଆକାଉଣ୍ଟର ୨୫ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ହ୍ୟାକର୍ସ ଟୁଇଟ କରି ଲେଖିଛନ୍ତି ନ୍ୟାସନାଲ ରିଲିଫ ଫଣ୍ଡରେ କ୍ରିକଟୋ କରୋନ୍ସି ଜାରିଆରେ ଦାନ କରନ୍ତୁ । ମାତ୍ର ପରେ ଆକାଉଣ୍ଟପୁଣି ସ୍ୱାଭାବିକ ହୋଇଥିଲା । 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟରେ ଏକ ବାର୍ତ୍ତାରେ ଲେଖାଯାଇଛି ଯେ, ମୁଁ ଆପଣମାନଙ୍କୁ ନିବେଦନ କରୁଛି ଯେ, କୋଭିଡ-୧୯ ଲାଗି କରାଯାଇଥିବା ପିଏମ ମୋଦୀ ରିଲିଫ ଫଣ୍ଡରେ ଦାନ କରନ୍ତୁ । ଅନ୍ୟ ଏକ ଟୁଇଟରେ ଲେଖାଯାଇଛି ଯେ, ଏହି ଆକାଉଣ୍ଟ ଜନ ଭିକ (hckindia@tutanota.com) ହ୍ୟାକ କରିଛି । ଆମେ ପେଟିଏମ ମଲ ହ୍ୟାକ କରିନାହିଁ । ମାତ୍ର ଏହି ଟୁଇଟ ଡିଲିଟ କରି ଦିଆଯାଇଛି । ଟୁଇଟର କହିଛି, ଏହା ଜଣା ଥିଲା ଏବଂ ଆକାଉଣ୍ଟ ସୁରକ୍ଷା ଲାଗି ସମସ୍ତ ପଦକ୍ଷେପ ନିଆଯାଇଛି ।

By amfnews

Related Post