Mon. Dec 23rd, 2024

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜି ଗୁଜୁରାଟ ଗସ୍ତ, ଉଦଘାଟନ କରିବେ ମହାତ୍ମା ଗାନ୍ଧୀ ସଂଗ୍ରହାଳୟ

By amfnews Sep 30, 2018 #Featured
168 Views

ରାଜକୋଟ, ସେପ୍ଟେମ୍ବର ୩୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମର୍ପିତ ଏକ ସଂଗ୍ରହାଳୟକୁ ଉଦଘାଟନ କରିବେ । ଏହି ବିଶ୍ୱସ୍ତରୀୟ ସଂଗ୍ରହାଳୟ ରାଜକୋଟରେ ନିର୍ମାଣ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ରାଜକୋଟର ଆଲଫ୍ରେଡ ହାଇସ୍କୁଲରେ ନବ ନିର୍ମିତ ମହାତ୍ମା ଗାନ୍ଧୀ ସଂଗ୍ରହାଳୟକୁ ଉଦଘାଟନ କରିବେ । ମୋଦୀ ଅମୁଲ ଚକୋଲେଟର ଏକ କାରଖାନା ଓ ବିଭିନ୍ନ ପ୍ରକଳ୍ପର ଉଦଘାଟନ ପାଇଁ ଗୁଜୁରାଟର ଅନନ୍ଦ ଓ କଚ୍ଛ ଗସ୍ତ କରିବେ ।

ମହାତ୍ମା ଗାନ୍ଧୀ ୧୯୮୭ରେ ଏହି ସ୍କୁଲରେ ମ୍ୟାଟ୍ରିକ ପରୀକ୍ଷା ଦେଇଥିଲେ । ସ୍ୱାଧୀତନା ପରେ ଏହି ସ୍କୁଲର ନାମ ପରିବର୍ତ୍ତନ କରାଯାଇ ମୋହନଦାସ ଗାନ୍ଧୀ ହାଇସ୍କୁଲ ରଖାଯାଇଥିଲା । ଅଧିକାରୀଙ୍କ ଦ୍ୱାରା ଏହାକୁ ୨୦୧୭ରେ ସଂଗ୍ରହାଳୟରେ ପରିବର୍ତ୍ତନ କରିବା ଉଦ୍ଦେଶ୍ୟ ରଖାଯାଇଥିଲା । ମୋଦୀଙ୍କ ଏକ ଦିନ ବ୍ୟାପୀ ଗସ୍ତ ଆନନ୍ଦ ଜିଲ୍ଲାର ମୋଗରରେ ଗୁଜୁରାଟ ‘କୋ-ଅପରେଟିଭ ମିଲ୍କ ମାର୍କେଟିଙ୍ଗ ଫେଡେରେସନ’ର ଚକୋଲେଟ କାରଖାନାକୁ ଉଦଘାଟନ କରିବେ । ମୋଦୀ ଏଠାରେ ଚାଷୀଙ୍କୁ ସମ୍ବୋଧିତ କରିବେ ।

ମୋଦୀ ଆନନ୍ଦରୁ ଭିଡିଓ ଲିଙ୍କ ଜରିଆରେ ଅଙ୍କଲାବ ତହସିଲର ମୁଜକୁବାରେ ସୋଲାର ସହକାରୀ ସମିତି ଶୁଭାରମ୍ଭ କରିବେ । ଏହି ସମିତିକୁ ୧୧ ଜଣ ଚାଷୀ ଗଠନ କରିଛନ୍ତି ଯାହାକି ଜଳସେଚନ ପାଇଁ ସୌର ଶକ୍ତି ଉତ୍ପାଦନ କରିବ ଓ ଅତିରିକ୍ତ ସୌର ଶକ୍ତି ବିକ୍ରି କରିବ ।

ମୋଦୀ କଚ୍ଛ ଜିଲ୍ଲାର ଅଞ୍ଜାରରେ ଗୁଜୁରାଟ ଷ୍ଟେଟ ‘ପେଟ୍ରୋନେଟ ଲିମିଟେଡ’ ଦ୍ୱାରା ମୁଦ୍ରା ପୋର୍ଟ ଓ ଅଞ୍ଜାର ମଧ୍ୟରେ ସଂଯୋଗ କରାଯାଇଥିବା ପ୍ରାକୃତିକ ଗ୍ୟାସ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ସେ କଚ୍ଛରୁ ବରସାନା, ଭୀମାସାର, ଅଞ୍ଜାର ଓ ଭୁଜ ସହରକୁ ଯୋଡ଼ିବା ପାଇଁ ୪ ଥାକିଆ ଜାତୀୟ ରାଜପଥର ଶିଳାନ୍ୟାସ କରିବେ ।

By amfnews

Related Post