Sun. Mar 8th, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ପୁଜାର୍ଚ୍ଚନା ନକରିବାରୁ ସନ୍ଥ ଆଚାର୍ଯ୍ୟ ଧର୍ମେନ୍ଦ୍ରଙ୍କ ମନରେ ଅସନ୍ତୁଷ୍ଟ

161 Views

ଲକ୍ଷ୍ନୌ : ଅଯୋଧ୍ୟାରେ ଆୟୋଜିତ ଶ୍ରୀରାମ ଜନ୍ମଭୂମି ନ୍ୟାସ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ୮୧ତମ ଜନ୍ମୋତ୍ସବ ସମାରୋହର ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷକ ମଧ୍ୟରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବାକୁ ଅଯୋଧ୍ୟା ଆସିବେ ବୋଲି ଆଶା ପ୍ରକାଶ କରାଯାଇଛି। ଏଠାରେ ଦେଶବ୍ୟାପୀ ସନ୍ଥମାନଙ୍କ ସମାଗମ ହୋଇଛି । ଏଥିରେ ସନ୍ଥମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହିନ୍ଦୁତ୍ୱର ଏଜେଣ୍ଡାର ଭୂୟସୀ ପ୍ରଶଂସା କରିଛନ୍ତି । ସେମାନେ ଆଶା କରିଛନ୍ତି ଯେ, ଏକ ବର୍ଷ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହୋଇଯିବ ।

ସନ୍ଥମାନେ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ପରେ ହିନ୍ଦୁମାନଙ୍କ ଆସ୍ଥା ଆହୁରି ବଢ଼ିଯାଇଛି । ତେବେ ମଞ୍ଚ ଉପରେ ଜଣେ ସନ୍ଥ ଆଚାର୍ଯ୍ୟ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କିଛି କାମକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ । ସେ କହିଥିଲେ, ମୋଦୀ ଦେଶର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି , କିନ୍ତୁ ଅଯୋଧ୍ୟାରେ କାହିଁକି ନାହିଁ କରୁ ନାହାନ୍ତି ।

By amfnews

Related Post