262 Views
ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ୧୩ ତାରିଖରେ ପାକିସ୍ତାନ ଆକାଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିମାନ ଉଡ଼ାଣ ଅନୁମତି ମାଗିଥିଲା ଭାରତ । ଭାରତୀୟ ହାଇକମିଶନରଙ୍କ ପକ୍ଷରୁ ଏନେଇ ଏକ ଅନୁରୋଧ ପତ୍ର ପାକିସ୍ତାନ ସରକାରଙ୍କୁ ଦିଆଯାଇଥିଲା ।
ପ୍ରଧାନମନ୍ତ୍ରୀ ଆସନ୍ତା ସପ୍ତାହରେ ସାଂଘାଇ ସହଯୋଗ ସଂଗଠନର ବୈଠକରେ ଯୋଗଦେବାକୁ କିର୍ଗିଜସ୍ତାନ ଗସ୍ତ କରିବେ । ଏହି ସମୟରେ ପାକିସ୍ତାନ ବାୟୁସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉଡିବ । ମୋଦିଙ୍କ ପାଇଁ ଆକାଶପଥ ଖୋଲିଲେ ଇମ୍ରାନ ଖାନ । ପାକିସ୍ତାନ ଆକାଶରେ ଉଡିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ।
ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନ ମୋଦିଙ୍କ ଉଡାଣ ପାଇଁ ହଁ ଭରିଛି । କିଛି ଔପଚାରିକତା ପୂରଣ ପରେ ନୂଆଦିଲ୍ଲୀକୁ ଏ ନେଇ ବିଧିବଦ୍ଧ ସୂଚନା ଦିଆଯିବ । ପାକିସ୍ତାନର ସିଭିଲ ଏଭିଏସନ ଅଥରିଟିକୁ ବି ସୂଚନା ଦିଆଯିବ । ପୂର୍ବରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ବି ଏଭଳି ଅନୁମତି ଦେଇଥିଲା ପାକିସ୍ତାନ । କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଚିଠି ଲେଖି ଦୁଇ ଦେଶ ମଧ୍ୟରେ କାଶ୍ମୀର ସମେତ ବିଭିନ୍ନ ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ ।
