ଜଣେ ଭାରତୀୟ ଭାବରେ ଅ।ମ ପାଇଁ ସବୁଠୁ ଗର୍ବର କଥା ହେଉଛି, ଅ ।ମର ଗଣତନ୍ତ୍ର । ୧୯୫୦ ମସିହା ଜାନୁଅ ।ରୀ ୨୬ ତାରିଖରୁ ଅ ।ଜିଯାଏ ନିରବଛିନ୍ନ ଭାବରେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ଭାବରେ ଅ ।ମରେ ଗୌରବ ଅବ୍ୟାହତ ରହିଛି । ଯାବତୀୟ ସମସ୍ୟା ଓ ସଂକଟ ସତ୍ତେ୍ୱ ଗଣତନ୍ତ୍ର ହେଉଛି ଅ ।ମ ସମୟର ପୃଥିବୀରେ ସବୁଠୁ ଉତ୍ତମ ରାଜନୈତିକ ବ୍ୟବସ୍ଥା ଓ ଏହାର କୌଣସି ବିକଳ୍ପ କଥା ଚିନ୍ତା ବି କରାଯାଇ ପାରିବ ନାହିଁ । ୧୯୭୫ ମସିହାରେ ଅଳ୍ପ କିଛି ଦିନ ପାଇଁ ଅ ।ମର ଗଣତାନ୍ତ୍ରିକ ଅଧିକାରକୁ ବିପନ୍ନ କରିଥିବାରୁ ସେତେବେଳେ ଇନ୍ଦିରା ଗାନ୍ଧିଙ୍କୁ କମ୍ ମୂଲ୍ୟ ଦେବାକୁ ପଡିନାହିଁ । ଇନ୍ଦିରା ଅତ୍ୟନ୍ତ ପ୍ରଭାବଶାଳୀ ଓ ଲୋକପ୍ରିୟ ନେତା ହୋଇଥିଲେ ମଧ୍ୟ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିବାରୁ ତାଙ୍କୁ ଅ ।ଜି ବି ଏ ଦେଶର ଗଣତନ୍ତ୍ରକୁ ଭଲ ପାଉଥିବା ଲୋକେ କ୍ଷମା କରିନାହାନ୍ତି, କେବେ କରିବେ ନାହିଁ ମଧ୍ୟ । ତେବେ ନିଜ ଭୁଲ୍ ସୁଧାରି ଇନ୍ଦିରା ପୁଣି ଏ ଦେଶରେ ନିର୍ବାଚନ ଲଢି ହାରିଛନ୍ତି ଓ ଜିତିଛନ୍ତି ମଧ୍ୟ । ଅ ।ମେ ଯେଉଁମାନେ ସତୁରୀ ଦଶକରେ ଜନ୍ମ ନେଇଛୁ, ଅ ।ମେ ନେହେରୁ, ଶାସ୍ତ୍ରୀ, ଇନ୍ଦିରା ଓ ମୋରାରଜୀ ଭାଇଙ୍କ ପ୍ରଧାନମନ୍ତ୍ରୀ ପଦର ଗରିମା ପ୍ରତ୍ୟକ୍ଷ କରିନାହୁଁ । ଇନ୍ଦିରା ଗାନ୍ଧୀ ଅ ।ତତାୟୀଙ୍କ ହାତରେ ନିହତ ହେବା ବେଳକୁ ଅ ।ମେ ନିହାତି ସାନପିଲା । ଅ ।ମ ସ୍ମୃତିରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ରାଜୀବ ଗାନ୍ଧୀ ପ୍ରଥମେ ଉଦ୍ଭାସିତ ହୁଅନ୍ତି । ପ୍ରଧାନମନ୍ତ୍ରୀ ଭାବରେ ଜଣେ ନେତାର ଅ ।ଚରଣ ଓ ଉଚ୍ଚାରଣ କେତେ ମର୍ଯ୍ୟାଦାସମ୍ପନ୍ନ ଓ ପ୍ରଭାବଶାଳୀ ହେବା ଉଚିତ, ତାର ଏକ ସୁବିପୁଳ ପରମ୍ପରାକୁ ଅ ।ମେ ପ୍ରତ୍ୟକ୍ଷ ଭାବରେ ଦେଖିଛୁ । ନେହେରଙ୍କୁ ଏ ଦେଶର ସଂସଦୀୟ ଗଣତାନ୍ତ୍ରିକ ଇତିହାସରେ ସବୁଠୁ ମର୍ଯ୍ୟାଦାସମ୍ପନ୍ନ ପ୍ରଧାନମନ୍ତ୍ରୀ ଭାବରେ ଇତିହାସ ସ୍ୱୀକୃତି ଦିଏ । ଅ ।ମେ ତାଂକ ବିଷୟରେ ପଢିଛୁ, ତାଙ୍କୁ ଦେଖିନୁ । ଅ ।ମ ପ୍ରଜନ୍ମର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଅ ।ମେ ରାଜୀବ ଗାନ୍ଧିକୁ ଦେଖିଛୁ, ହେଲେ ତାଙ୍କର ଭାଷଣଦେବାର କଳାରେ ଖୁବ୍ ବେଶୀ ପ୍ରଭାବିତ ହୋଇନାହୁଁ । ରାଜୀବଙ୍କ କଥା କହିବାର ଶୈଳୀ ଅତ୍ୟନ୍ତ ଧୀର ଓ ସେ ଯାହା କହନ୍ତି ତାକୁ ବେଶ୍ ଚିନ୍ତା କରି କହନ୍ତି । ସେତେବେଳେ ଦୂରଦର୍ଶନରେ ରାଜୀବ ଗାନ୍ଧୀ ଏତେ ବେଶୀ ଭାଷଣ ଦେଉଥିଲେ ଯେ ତାକୁ ନେଇ ଅ ।ମ ଭିତରେ ଅନେକ ପ୍ରକାର ରୋଚକ ପ୍ରସଂଗ ଉଠୁଥିଲା । ତେବେ ଶାଳୀନ, ଶିଷ୍ଟ ଓ ଅତ୍ୟନ୍ତ ମଧୁର କଥା କହୁଥିବା ପ୍ରଧାନମନ୍ତ୍ରୀ ଭାବେ ଅ ।ମେ ତାଙ୍କୁ ମନେ ରଖିଛ ।
ରାଜୀବ ଗାନ୍ଧିଙ୍କ ପରେ ଏ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଲେ ବିଶ୍ୱନାଥ ପ୍ରତାପ ସିଂ । ରାଜୀବଙ୍କ ବିରୋଧରେ ବୋଫୋସର୍ ଦୁର୍ନୀତିର ଅଭିଯୋଗ ଅ ।ଣିଥିବା ଏହି ପୁରୁଖା କଂଗ୍ରେସ ନେତା ଯେତେବେଳେ କଂଗ୍ରେସ ବିରୋଧରେ କହୁଥିଲେ, ତାଙ୍କ କହିବା ଶୈଳୀରେ ଉତ୍ତେଜନା ବା ଅ ।କ୍ରମକତା ନଥିଲା । ଉଚ୍ଚାରଣରେ ସେ ଥିଲେ ବେଶ୍ ମାର୍ମିକ ଓ ଶାନ୍ତ । ତାଙ୍କ ଉତ୍ତରାଧିକାରୀ ଚନ୍ଦ୍ରଶେଖର ·ରି ମାସ ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ କିନ୍ତୁ ସେ ପ୍ରଖର ବକ୍ତା । ଚନ୍ଦ୍ରଶେଖରଙ୍କ କହିବାର ଭଙ୍ଗୀ ଅତ୍ୟନ୍ତ ଅ ।କର୍ଷକ । ହିନ୍ଦୁସ୍ତାନୀ କହିବାର ଚମକ ତାଙ୍କ କଣ୍ଠରେ ବାରି ହୋଇପଡେ । ଏତେ ଚମକ୍ରାର ବକ୍ତା ସେ, ହେଲେ କହିବା ବେଳେ ତାଙ୍କ ଭାଷଣରୁ ଅ ।ପଣ ଗୋଟିଏ ଶବ୍ଦକୁ ଅଶାଳୀନ ବା ଅନାବଶ୍ୟକ ବୋଲି କହିପାରିବେ ନାହିଁ । ସଂସଦ ଭିତରେ ଓ ବାହାରେ କହିଲାବେଳେ ତାଙ୍କୁ ଶୁଣିବାର ଏକ ନିଅ ।ରା ଅ ।କର୍ଷଣ ଥିଲା ।
ଚନ୍ଦ୍ରଶେଖରଙ୍କ ପରେ ପି.ଭି. ନରସିଂହ ରାଓ, ଦେଶର ପ୍ରଥମ ଦକ୍ଷିଣ ଭାରତୀୟ ପ୍ରଧାନମନ୍ତ୍ରୀ । ତାଙ୍କ ମୁହଁରୁ ସହଜରେ କଥା ଫିଟେ ନାହିଁ । ଅଳ୍ପ କହନ୍ତି, ହେଲେ କଥାରେ ପାଣ୍ଡିତ୍ୟର ଛାପ ଓ ଗଭୀର ଅନୁଭବର ପ୍ରତିଫଳନ ସ୍ପଷ୍ଟ । ନରସିଂହ ରାଓ ଗଲା ପରେ ୧୩ ଦିନ ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନିଅନ୍ତି ଅଟଳ ବିହାରୀ ବାଜପାୟୀ । ତାଙ୍କୁ ଭାରତର ଦକ୍ଷିଣପନ୍ଥୀ ରାଜନୀତିର ସବୁଠୁ ମର୍ଯ୍ୟାଦାସମ୍ପନ୍ନ ଓ ବିଜ୍ଞ ଚେହେରା ବୋଲି ମାନିବାକୁ ପଡିବ । ବାଜପାୟୀ ପ୍ରଖର କଥକ ଓ ତାଙ୍କ କହିବାର ଭଙ୍ଗୀ ଅନେକ ଦୃଷ୍ଟିରୁ ନିଅ ।ରା । କହୁଥିବା କଥା ତୁଳନାରେ କଥା ମଝିରେ ସେ ଯେଉଁ ଦୀର୍ଘ ବିରାମ ନିଅନ୍ତି, ତାହାର ମଧ୍ୟ ଅର୍ଥ ଥାଏ । ସମାଲୋଚନା କଲାବେଳେ ସେ ନମ୍ର, କିନ୍ତୁ ଶାଣିତ । ଦକ୍ଷିଣପନ୍ଥୀ ରାଜନୀତିର ବିରୋଧିମାନେ ମଧ୍ୟ ବାଜପାୟୀଙ୍କୁ ସମ୍ମାନ ଦେବାକୁ ବାଧ୍ୟ । ତାପରେ ଅଳ୍ପ ସମୟ ଲାଗି ଦେବେଗୌଡା ଓ ଇନ୍ଦର୍ କୁମାର ଗୁଜରାଲ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି । ଦେବେଗୌଡା ଅତ୍ୟନ୍ତ ସରଳ ଓ ଗୁଜୁରାଲ ଗଣତାନ୍ତ୍ରିକ ମର୍ଯ୍ୟାଦାବୋଧର ମୂର୍ତ୍ତିମନ୍ତ ପ୍ରତୀକ । ଅ ।ମର ଏବେବି ମନେଅଛି, ଦେବେଗୌଡା ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବର ଅ ।ଲୋଚନା ଲୋକ ସଭାରେ ·ଲିଥିବାବେଳେ ସେତେବେଳର ଯୁବ ବିଜେପି ନେତ୍ରୀ ତଥା ନିଜର ଅଗ୍ନିବର୍ଷୀ ଭାଷଣ ଲାଗି ପ୍ରସିଦ୍ଧ ଉମା ଭାରତୀ ଦେବେଗୌଡା ଏ ଦେଶର ସବୁଠୁ ସରଳ ପ୍ରଧାନମନ୍ତ୍ରୀ ବୋଲି ପ୍ରଶଂସା କରିଥିଲେ । ବାଜପାୟୀ ସରକାର ପରେ ଦେଶରେ ଦଶ ବର୍ଷ ଦାୟିତ୍ୱ ସମ୍ଭାଳିଥିବା ମନମୋହନ ସିଂ ସବୁଠୁ କୋମଳ ଓ ଅଳ୍ପ କଥା କହୁଥିବା ପ୍ରଧାନମନ୍ତ୍ରୀ ଭାବେ ମନେ ରହିବେ । ବେଶୀ ଟାଣ କଥା କହିବାର ବା ମନୋରଂଜନ କରିପାରିଲା ଭଳି ଭାଷଣ ଦେବାର କୌଶଳ ତାଂକୁ ଜଣା ନଥିଲା । ସେଥିଲାଗି ତାଙ୍କର ବିରୋଧୀମାନେ ତାଙ୍କୁ ମୌନ ମୋହନ ସିଂ ବୋଲି କହୁଥିଲେ । ତେବେ ମନମୋହନ ଯାହା କହନ୍ତି ତାହା ଅତ୍ୟନ୍ତ ଶାଳୀନ, ଗଭୀର ଓ ଜ୍ଞାନଗର୍ଭକ ।
ମୋଟାମୋଟି ପ୍ରାୟ ୩୫ ବର୍ଷର ରାଜନୈତିକ ସ୍ମୃତିରେ ଅ ।ମେ ୯ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖିଛ । ସେମାନେ ସମସ୍ତେ ଯେ ଅ ।ମକୁ ପ୍ରଭାବିତ କରୁଥିଲେ ତା ନୁହେଁ, ସେମାନେ କିନ୍ତୁ ନିଜ ପଦର ଗରିମାକୁ ନେଇ ବେଶ୍ ସଚେତନ ଥିଲେ । ପ୍ରଧାନମନ୍ତ୍ରୀ ଯେ ଏକ ଦଳର ପ୍ରତିନିଧି କେବଳ ନୁହନ୍ତି, ସେ ଏ ଦେଶର ପ୍ରତ୍ୟେକ ନାଗରିକର ପ୍ରତୀକ, ଏ ବିଷୟରେ ସେମାନେ ସମସ୍ତେ ବେଶ୍ ସଚେତନ ଥିଲେ । କଂଗ୍ରେସ, ଜନତା ଦଳ ଓ ବିଜେପିର ଏଇ ନେତାମାନେ ପରସ୍ପରକୁ ସମାଲୋଚନା କରିଛନ୍ତି, ହେଲେ ପ୍ରତ୍ୟେକ ସମାଲୋଚନା ପଛରେ ନିଜର ରାଜନୈତିକ ବିରୋଧୀ ପ୍ରତି ସମ୍ମାନର ଭାବନା ବଳବତ୍ତର ରହିଛି । ତେବେ ଗତ ·ରି ବର୍ଷରେ ଅ ।ମେ ଅ ।ମର ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିଲା ବେଳେ ଅନେକ ସମୟରେ ହତଚକିତ ହେବାକୁ ପଡୁଛି । ଅ ।ଜିର ପ୍ରଧାନମନ୍ତ୍ରୀ ମୋଦିଙ୍କ କହିବାର ବାଗଟି ଅତ୍ୟନ୍ତ ଅ ।କ୍ରମକ ଓ ଶ୍ରୋତାଙ୍କ ମନରେ ଉତ୍ତେଜନା ଭାରି ଦେବାକୁ ସେ ବେଶ୍ ସମର୍ଥ । ତେବେ ଏହି ଦକ୍ଷତାକୁ ସେ ନିଜ ବିରୋଧିଙ୍କ ପ୍ରତି ବିଦ୍ୱେଷ ସୃଷ୍ଟି କରିବାର କୌଶଳ ଭାବରେ ପ୍ରୟୋଗ କରି·ଲିଛନ୍ତି ଛ ଗତ ସତୁରୀ ବର୍ଷ ଧରି ଏ ଦେଶରେ କିଛି ବି ଘଟିନାହିଁ, ଯାହା ଘଟିଛି, ତାହା ଏଇ ·ରି ବର୍ଷରେ ବୋଲି କହିବାରେ ସେ ବେଶ୍ ଗର୍ବିତ ଅନୁଭବ କରୁଛନ୍ତି । ବିରୋଧିଙ୍କୁ ତୁଚ୍ଛ ମଣିବା, ତାଛଲ୍ୟ କରିବା ଓ ଅ ।ବଶ୍ୟକ ସ୍ଥଳେ ଅପମାନ ଦେବା ଭଳି ଅଦ୍ଭୁତ ଅ ।ଚରଣ ସବୁ ନୁଅ । କରି ଅ ।ମେ ଦେଖୁଛୁ । ଏକ ଉଚ୍ଚ ସାମ୍ବିଧାନିକ ପଦର ଗରିମା ଯେ ପ୍ରଧାନମନ୍ତ୍ରୀ ବହନ କରୁଛନ୍ତି, ଏ କଥା ସେ ଭାଷଣ ଦେବାବେଳେ ଅନେକ ସମୟରେ ଭୁଲି ଯାଉଛନ୍ତି ।
ଏଇ ସପ୍ତାହରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ର·ର ସରିଛି । ନିର୍ବାଚନୀ ସଭା ଗୁଡିକରେ ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି, ତାକୁ ସହଜରେ ଗ୍ରହଣ କରି ହେଉ ନାହିଁ । ରାହୁଳ ଗାନ୍ଧୀ ଅବା ସୋନିଅ । ଗାନ୍ଧୀ ହୁଏତ ମୋଦିଙ୍କ ପ୍ରତିପକ୍ଷ, ହେଲେ ନେହେରୁ? ୨୦୧୮ ମସିହାର ନିର୍ବାଚନ ସଭାରେ ଏ ଦେଶରେ ପ୍ରଥମ ନିର୍ବାଚନର ମଂଜି ପୋତିଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଗାଳି ଖାଇବାର ଅ ।ବଶ୍ୟକତା କଣ ? ନେହେରୁ ୧୯୬୪ ରୁ ଅ ।ମଠୁ ବିଦାୟ ନେଲେଣି । ସେ ଯେତେଥର ନିର୍ବାଚନ ଲଢିଛନ୍ତି ସବୁ ନିର୍ବାଚନରେ ୪୦%ରୁ ଅଧିକ ଭୋଟ୍ ପାଇ ନିଜ ଦଳକୁ ଜିତାଇଛନ୍ତି । ତାଙ୍କରି ନେତୃତ୍ୱରେ ଏ ଦେଶର ଗଣତନ୍ତ୍ର ଗଢି ଉଠିଛି । ତାଙ୍କ ପ୍ରତି ଅ ।ଜି ଯଦି ନିର୍ବାଚନ ସଭାରେ ବିଷୋଦଗାର କାରାଯାଏ, ତାକୁ ଜାତୀୟ ଅକୃତଜ୍ଞତାର ନମୁନା ବୋଲି କୁହାଯିବ । ଦୁର୍ଭାଗ୍ୟକ୍ରମେ ଏ ପ୍ରକାର ଅକୃତଜ୍ଞ ହେବାର ନେତୃତ୍ୱ ଅ ।ଜିର ପ୍ରଧାନମନ୍ତ୍ରୀ ନେଉଛନ୍ତି । ଇତିହାସର ଅଜବ ଓ ଅନାବଶ୍ୟକ ଅ ।ଲୋଚନା କରିବାରେ ମୋଦୀ ସର୍ବକାଳୀନ ରେକର୍ଡ଼ ସୃଷ୍ଟି କରି ସାରିଲେଣି । ସ୍ୱାଧୀନ ଭାରତର ପ୍ରଥମ ଭାରତୀୟ ଜେନେରାଲ୍ ଥିମାୟା ଓ ଫିଲଡ୍ ମାର୍ଶାଲ୍ କାରିଅପ୍ପା କଂଗ୍ରେସ ଦଳ ଦ୍ୱାରା ଅପମାନିତ ହୋଇଥିବାର ଅଦ୍ଭୁତ ପ୍ରସଂଗ ମୋଦୀ କର୍ଣ୍ଣାଟକରେ ଉଠାଇଛନ୍ତି । ସତକଥା ହେଉଛି, ଜେନେରାଲ୍ ଥିମାୟା ନେହେରୁଙ୍କ ଦ୍ୱାରା ଇ ନିଯୁକ୍ତି ପାଇଥିଲେ ଓ ଅବସର ପରେ ତାଙ୍କର କିଛି ବକ୍ତବ୍ୟକୁ ନେହେରୁ ନାପସନ୍ଦ କରିଥିଲେ । ଥିମାୟାଂକର ଏକ ଯୁକ୍ତି ଥିଲା ଯେ ଦେଶର ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ କେବଳ ଶିକ୍ଷିତ ମାନଙ୍କୁ ଅଧିକାର ଦେବା ଉଚିତ ଓ ଏହାକୁ ଯଥାର୍ଥ ଭାବରେ ପଣ୍ଡିତ ନେହେରୁ ପ୍ରତ୍ୟାଖ୍ୟାନ କରିଥିଲେ । ରାଜନୀତିରେ ମତର ବିରୋଧ ଅପମାନ ନୁହଁଛ ଅ ।ଜି ମୋଦି ଯାହା କହୁଛନ୍ତି ସେଥିରେ କେବଳ ତାଙ୍କର ବିରୋଧୀ ଅପମାନିତ ହେଉ ନାହାନ୍ତି, ତାହା ଦ୍ୱାରା ଖୋଦ୍ ଏ ଦେଶର ଗଣତନ୍ତ୍ର ଅପମାନିତ ହେଉଛି । ପ୍ରଧାନମନ୍ତ୍ରୀ ଯେତେବେଳେ ନିଜେ ଓ ନିଜ ଦଳକୁ ଦେଶପ୍ରେମର ପ୍ରହରୀ ବୋଲି କହି ଅନ୍ୟ ସବୁ ବିରୋଧୀ ଦେଶଦ୍ରୋହୀ ବୋଲି ଚିକ୍ରାର କରନ୍ତି, ସେଠି ଏ ଦେଶର ନାଗରିକ ସଂହିତା ଅପମାନିତ ହୁଏ । ସତୁରୀ ବର୍ଷ ଧରି କିଛି ଘଟି ନାହିଁ ବୋଲି କହିବା ଫଳରେ ଏ ଦେଶରେ ସତ୍ୟ ଅପମାନିତ ହୁଏ ।
ଏ ଦେଶରେ କେତେ ଶହ ନିର୍ବାଚନ ହୋଇଛି ଓ ହେଉଥିବ, କିନ୍ତୁ ଏ ଦେଶର ଗଣତନ୍ତ୍ରର ଅସ୍ତିତ୍ୱ ମଜବୁତ ରହିବା ଜରୁରୀ । କାଲି କଂଗ୍ରେସର ଶାସନ ଥିଲା, ଅ ।ଜି ବିଜେପିର ରାଜୁତି ଅଛି । ଲୋକ ·ହିଁଲେ ପୁଣି ଶାସନ ବଦଳିବ । ନିରନ୍ତର ପରିବର୍ତ୍ତନର ପ୍ରକ୍ରିୟାରେ ଗୋଟିଏ କଥା ବଦଳିବ ନାହିଁ, ତାହା ହେଉଛି ଅ ।ମର ଗଣତନ୍ତ୍ର । ଗଣତନ୍ତ୍ର ମର୍ଯ୍ୟାଦାକୁ ସମ୍ମାନ ଦେବା, ଏ ଦେଶର ପ୍ରଧାନମନ୍ତ୍ରୀଙ୍କ ପ୍ରଥମ କର୍ତ୍ତବ୍ୟ । ସେଇ କର୍ତ୍ତବ୍ୟର ଅଂଶବିଶେଷ ହେଉଛି ପ୍ରତ୍ୟେକ ନାଗରିକର ମର୍ଯ୍ୟାଦାର ର ସହ ବଂଚିବାର ଅଧିକାରକୁ ସୁନିଶ୍ଚିତ କରିବା ।
ତେଣୁ ସାମ୍ବିଧାନିକ ପଦବୀରେ ରହୁଥିବା ବ୍ୟକ୍ତି ସମ୍ବିଧାନର ମୌଳିକ ଅ ।ଦର୍ଶ ପ୍ରତି ଶପଥବଦ୍ଧ । ପ୍ରଧାନମନ୍ତ୍ରୀ ପଦରେ ବସି ତାହାର ଗରିମା ରକ୍ଷା ନ କରିବା ହୁଏତ ଦଣ୍ଡନୀୟ ଅପରାଧ ନୁହେଁ, ଏହା କିନ୍ତୁ ନୈତିକ ଦୃଷ୍ଟିରୁ ଏକ ଭୟଂକର ଅବକ୍ଷୟ । ବିରୋଧିଙ୍କ ପ୍ରତି ଅସହିଷ୍ଣୁ ହେବାର ମାନସିକତା ଅନେକ ସମୟରେ ଏକଛତ୍ରବାଦର ମୂଳଦୁଅ । ପକାଇଥାଏ । ତେଣୁ ପ୍ରଧାନମନ୍ତ୍ରୀ କହୁଥିବା ପ୍ରତ୍ୟେକ ଶବ୍ଦର ତର୍ଜମା ଓ ତାଙ୍କ ଶବ୍ଦ ପଛରେ ନିହିତ ଥିବା ଉଦ୍ଦେଶ୍ୟକୁ ଦେଶର ଜନ ସାଧାରଣ ଅତ୍ୟନ୍ତ ସତର୍କତାର ସହିତ ବୁଝିବା ଜରୁରୀ । ମୋଦୀ ଯେତେ ଲୋକପ୍ରିୟ ହେଲେ ମଧ୍ୟ ସାମ୍ବିଧାନିକ ମର୍ଯ୍ୟାଦା ପାଳନ କରିବାରେ ଯଦି ସେ ଅସମର୍ଥ ହୁଅନ୍ତି, ତାହେଲେ ଇତିହାସ ତାଙ୍କୁ କଦାପି କ୍ଷମା କରିବ ନାହିଁ । ନିର୍ବାଚନରେ ବିଜୟ ହାସଲ ଲାଗି ଯାହା କିଛି ବି କୁହା ଯାଇପାରେ ବା କରାଯାଇପାରେ ବୋଲି ପ୍ରଧାନମନ୍ତ୍ରୀ ଭାବିବା, ଅ ।ଦୌ ଉଚିତ ନୁହେଁ ।
434 Views