Fri. Mar 6th, 2026

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଆଇଏଏସ୍‌ ପିକେ ମିଶ୍ର

417 Views

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପି.କେ ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ନେଇଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍‌। ପିକେ ମିଶ୍ର ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି।

ପିଏମ୍ଓର ସବୁଠାରୁ କ୍ଷମତାଶାଳୀ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠତମ ତାଲିକାରେ ଥିବା ପ୍ରମୋଦ କୁମାର ମିଶ୍ରଙ୍କୁ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହୋଇଥିଲା।

ପିକେ ମିଶ୍ର ବିପର୍ଯ୍ୟୟ ପରିଚାଳନା ପାଇଁ ୨୦୧୯ ମେ ୧୭ ତାରିଖରେ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଛନ୍ତି।ପୂର୍ବରୁ ଓଡିଶାର ରେଙ୍ଗାଲୀ ଡ୍ୟାମ ପ୍ରୋଜେକ୍ଟରେ ମଧ୍ୟ କାମ କରି ସାରିଛନ୍ତି ପ୍ରମୋଦ। ତାଙ୍କ ବ୍ୟତୀତ ବେଶ କିଛି ଓଡ଼ିଆ ମୋଦି ସରକାରରେ ବଡ଼ ପଦବୀରେ ଅଛନ୍ତି। ଏପରିକି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମଧ୍ୟ ଜଣେ ଓଡ଼ିଆ।

By amfnews

Related Post