Fri. May 9th, 2025

ପ୍ରଧାନମନ୍ତ୍ରୀଙ୍କ ଗୋଲ୍ଡ ବଣ୍ଡ ସ୍କିମ ଯୋଜନାରେ କମ୍ ଦରରେ ବିକ୍ରି ହେବ ସୁନା

By amfnews Aug 29, 2020 #Featured
273 Views

ନୂଆଦିଲ୍ଲୀ, ଅଗଷ୍ଟ ୨୯  :  ଗତ କିଛି ବର୍ଷ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନାର ଚାହିଦା ହ୍ରାସ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି । ଯାହାର ନାମ ଗୋଲ୍ଡ ବଣ୍ଡ ସ୍କିମ୍ । ଏହି ଯୋଜନା ଅଧୀନରେ କେନ୍ଦ୍ରସରକାର ପୁଣି ଥରେ ସୁନାକୁ ବିକ୍ରି କରୁଛନ୍ତି।

ସୂଚନାନୁସାରେ, ସରକାରୀ ବଣ୍ଡ ଆକାରରେ ସୁନା ବିକ୍ରି କରାଯାଉଛି । ଉକ୍ତ ଯୋଜନାରେ ସୁନାର ମୂଲ୍ୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରିବ । ରିଜର୍ଭ ବ୍ୟାଙ୍କ ସମୟ ସମୟରେ ଏହି ସୁନା ପ୍ରଦାନ କରିଥାଏ, ଯାହା ବଜାରରେ ଥିବା ସୁନା ଅପେକ୍ଷା ଶସ୍ତା ଏବଂ ନିରାପଦ ଅଟେ ।

ରିଜର୍ଭ ବ୍ୟାଙ୍କ ଏଥର ସୁନା ବଣ୍ଡର ମୂଲ୍ୟ ଗ୍ରାମ ପିଛା 5,117 ଟଙ୍କା ରହିଛି। ସୁନା ବଣ୍ଡ କ୍ରୟ ପାଇଁ ଡିଜିଟାଲ ପେମେଣ୍ଟ କରିବା ପାଇଁ ପ୍ରତି ଗ୍ରାମରେ 50 ଟଙ୍କାର ରିହାତି ମିଳିବ। ଏହିପରି ନିବେଶକଙ୍କ ପାଇଁ ବଣ୍ଡ ମୂଲ୍ୟ ଗ୍ରାମ ପିଛା 5,067 ଟଙ୍କା ହେବ।

ଏହି ଯୋଜନା ଅଗଷ୍ଟ 31ରୁ ସେପ୍ଟେମ୍ବର 4 ଯାଏଁ କାର୍ଯ୍ୟକାରୀ ହେବ । ଉକ୍ତ ସୁନା କିଣିବା ପାଇଁ ବ୍ୟାଙ୍କ, BSE, NSE ୱେବସାଇଟ୍ କିମ୍ବା ଡାକଘର ସହିତ ଯୋଗାଯୋଗ କରିବାକୁ ପଡିବ ।

ଏଠାରୁ ଡିଜିଟାଲ୍ କ୍ରୟ କରାଯାଇପାରିବ ଯାହାକି ଏକ ପ୍ରକାର ସୁରକ୍ଷିତ ବିନିଯୋଗ କାରଣ ଶୁଦ୍ଧତା ପାଇଁ ଚିନ୍ତା ନାହିଁ କିମ୍ବା ସୁରକ୍ଷା ସମସ୍ୟା ନାହିଁ । 2019-20 ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ 2,316.37 କୋଟି ଟଙ୍କା ଅର୍ଥାତ୍ ଦଶ କିସ୍ତିରେ 6.13 ଟନ୍ ମୂଲ୍ୟର ସୁନା ବଣ୍ଡ ଜାରି କରିଛି । ଏଥି ସହିତ କରୋନା ଅବଧିରେ କ୍ରମାଗତ 6 ମାସ ପାଇଁ ବଣ୍ଡ ଜାରି କରାଯାଉଛି ।

By amfnews

Related Post