Thu. Jan 23rd, 2025

ପ୍ରଧାନମନ୍ତ୍ରୀଙ୍କୁ ଅପମାନ ଗ୍ରହଣୀୟ ନୁହେଁ : ବିଜେପି

rklsanchar@gmail.com' By J.N. Pradhan Jun 28, 2018 #Featured
311 Views

ରାଉରକେଲା, ୨୮/୬: ରାଉରକେଲାରେ ବ୍ରାହ୍ମଣୀ ସେତୁକୁ ନେଇ ରାଜନୀତି କରାନଯାଉ ବୋଲି ବିଜେପିର ରାଜ୍ୟ ସମ୍ପାଦକ ଧୀରେନ ସେନାପତି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ବିଧାୟକ ଦିଲୀପ ରାୟ ସେତୁ୍ ବିଷୟ ନେଇ ରାଜ୍ୟ ସରକାରଙ୍କୁ ଦୋଷ ନଦେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ବିଶେଷ କରି ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରିବା ଏକ ପରିତାପର ବିଷୟ ଏବଂ ଏହା ଆଦୌ ଗ୍ରହଣୀୟ ନୁହଁ ବୋଲି ବିଜେପି ତରଫରୁ କୁହାଯାଇଛି ।

ଶ୍ରୀ ସେନାପତିଙ୍କ କହିବା କଥା ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ସମ୍ପାଦକ ଶ୍ରୀ ସେନାପତିଙ୍କ ନେତୃତ୍ୱରେ ବ୍ରାହ୍ମଣୀ ନଦୀରେ ହେଉଥିବା ସେତୁ କାର୍ଯ୍ୟ ବିଷୟରେ କୋଏଲନଗରସ୍ଥିତ ଜାତୀୟ ରାଜମାର୍ଗ ପ୍ରାଧୀକରଣ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଗତ ୨୩ତାରିଖ ଦିନ ଠିକାଦାରଙ୍କୁ ୬ଲେନ୍ ବିଶିଷ୍ଟ ସେତୁ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି  । ଏଥି ସହିତ ୩୦ ମାସ ଭିତରେ ଯଥା ଆସନ୍ତା ଡ଼ିସେମ୍ବର ୨୦୨୦ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏନ୍.ଏଚ୍.ଏ.ଆଇର ଅଧିକାରୀ କହିବା ସହିତ ଏହା ଠିକ୍ ସମୟରେ ଶେଷ ହେବ ବୋଲି ପ୍ରତିଶୃତି ଦେଇଥିଲେ ।

ମାତ୍ର କାର୍ଯ୍ୟାଦେଶ ମିଳିବାର ୧ମାସ ଭିତରେ ଏଭଳି ରାଜନୀତି ସ୍ପୃହଣୀୟ ନୁହେଁ ବୋଲି ଶ୍ରୀ ସେନାପତି କହିଛନ୍ତି  । ଗତ ୨୦୧୫ରେ ପ୍ରଧାନମନ୍ତ୍ରୀ ୨ଲେନ୍ ବଦଳରେ ୬ଲେନ୍ ସେତୁ ନିର୍ମାଣ ପାଇଁ ଘୋଷଣା କରିଥିଲେ । ମାତ୍ର ରାଜ୍ୟ ସରକାରଙ୍କର ଅସହଯୋଗ ଯଥା ଜମି ଅଧିଗ୍ରହଣ ଏବଂ ଜଙ୍ଗଲର ଅନୁମତି ବହୁ ବିଳମ୍ବ ହେବାରୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା । କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ୍ ସତ୍ତେ୍ୱ ଏପ୍ରିଲ ୨୦୧୮ରେ ଫରେଷ୍ଟ କ୍ଳିଏରାନ୍ସ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିଲା ଯଦ୍ୱାରା କି କ୍ଳିଏରାନ୍ସ ପାଇଲା ପରେ ନିୟମ ମୁତାବକ ୨୩.୦୫.୨୦୧୮ରେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା । ଆଜି ମଧ୍ୟ ବହୁ ଜମି ଅଧିଗ୍ରହଣ ବାକି ରହିଛି ।

କେନ୍ଦ୍ର ସରକାରଙ୍କର ସହଯୋଗରେ ଆଜି ରାଉରକେଲା ସହର ସ୍ମାର୍ଟସିଟି, ଅମୃତ ଯୋଜନା, ସ୍ୱରେଜ ବୋର୍ଡ଼, ଉଡ଼ାନ ଯୋଜନାରେ ସାମିଲ ହୋଇଛି । ଅନ୍ୟ ପକ୍ଷରେ ବିଜୁ ଜନତା ଦଳର ୧୮ବର୍ଷର ଶାସନରେ ଦେଇଥିବା ପ୍ରତିଶୃତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା କୋଏଲ ବ୍ୟାରେଜ, ରାଉରକେଲା ଚତ୍ୁଃପାଶ୍ୱର୍ରେ ରିଂ ରୋଡ଼, ଆର୍ଏମ୍ସି ମାର୍କେଟ କମ୍ଲେକ୍ସ, କୁଆଁରମୁଣ୍ଡା ଠାରେ ମେଡ଼ିକାଲ କଲେଜ, ଟ୍ରକ ପାର୍କିଂ ଏରିଆ, ଜାଭିଆର୍ କଲେଜ୍ ଓ ମ୍ୟାନେଜ୍ମେଣ୍ଟ ଗଲା କୁଆଡ଼େ ବୋଲି ବିଜେପି ପ୍ରଶ୍ନ କରିଛି ଏବଂ ପାନପୋଷ ସବ୍ଡ଼ିଭିଜନ୍ର ବିଧାୟକମାନେ ଏହି ବିଷୟରେ ମଧ୍ୟ ସ୍ୱର ଉତ୍ତୋଳନ କରନ୍ତୁ ବୋଲି ବିଜେପି ତରଫରୁ କୁହାଯାଇଛି ।

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ ଥିବା କଂଗ୍ରେସ ସରକାର ବ୍ରାହ୍ମଣୀ ସେତୁ କରିବାରେ ବିଫଳ ହୋଇଥିବା ବେଳେ ରାହୁଲ ଗାନ୍ଧୀ ବ୍ରାହ୍ମଣୀ ସେତୁ୍ ନିର୍ମାଣ ପାଇଁ ଲୋକଙ୍କଠାରୁ ଚାନ୍ଦା ଆଦାୟ କରିବା ଏକ ହାସ୍ୟାସ୍ପଦ ଘଟଣା ଏବଂ ବିଧାୟକ ଶ୍ରୀ ରାୟଙ୍କ ବକ୍ତବ୍ୟ ବିଜୁ ଜନତା ଦଳ ଏବଂ କଂଗ୍ରେସ ଦଳକୁ ଶସ୍ତା ରାଜନୀତି କରିବା ପାଇଁ ଖୋରାକ ଯୋଗାଉଛି ଓ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା କିଶନ ପ୍ରସାଦ ସାହୁ, ରାଜ୍ୟ ସମ୍ପାଦକ ଧୀରେନ୍ ସେନାପତି, ରାଜ୍ୟ କୋଷାଧ୍ୟକ୍ଷ ସୁଦର୍ଶନ ଗୋଏଲ, ପୂର୍ବତନ ବିଧାୟକ ଶଙ୍କର ଓରାମ, ରାଜେନ୍ଦ୍ର ସାହୁ, ନାଗର ମଲ ପୋଦାର, ପ୍ରମିଳା ଦାସ, ପ୍ରମିଳା ସୋନା, କଳ୍ପନା ଲେଙ୍କା, ତପନ ସ୍ୱାଇଁ, ସଂଜିତ୍ ସାହୁ, ସୁବ୍ରତ ପଟ୍ଟନାୟକ, ଦେବେନ୍ଦ୍ର ବୀରଗଣ୍ଠିଆ, ମୁରଲୀ ଗଉଡ଼, ପ୍ରଫୁଲ୍ଲ ମିଶ୍ର, ଅକ୍ଷୟ ଦାସ, ଦୁର୍ଗା ଶନ୍ତି, କମଳା ବାରିକ, ଦେବ ପ୍ରସାଦ, ଶଙ୍କର ପୂଜାରୀ, ପବନ ଅଗ୍ରୱାଲ, ସୁଶାନ୍ତ ମହାପାତ୍ର, ଅଜୟ କଂସାରୀ, ରଂଜିତ୍ ଦାସ, କୈଳାସ ରାଉତ ପ୍ରଭୃତି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ।

Related Post