Sat. Mar 7th, 2026

ପ୍ରଦୂଷଣରୁ ମୁକ୍ତି ପାଇଁ ଇନ୍ଦ୍ରଙ୍କୁ ପ୍ରାର୍ଥନା କର: ୟୁପି ମନ୍ତ୍ରୀ

160 Views

ଲକ୍ଷ୍ନୌ: ଦିଲ୍ଲୀ ପ୍ରଦୂଷଣ ସ୍ଥିତି ସଙ୍ଗିନ୍‌ ହେବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ, ହରିଆଣା ଏବଂ ପଞ୍ଜାବ ଆଦି ରାଜ୍ୟ ସହ କେନ୍ଦ୍ର ସରକାର ଚିନ୍ତାରେ ପଡ଼ିଛନ୍ତି। ତେବେ ଏହାର ସମାଧାନ ପାଇଁ ୩୦୦ ଟିମ୍‌ ବର୍ତ୍ତମାନ କାର୍ଯ୍ୟକରୁଥିବାବେଳେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ଅଜବ ପରାମର୍ଶ ଦେଛନ୍ତି।

ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଇନ୍ଦ୍ରଙ୍କ ଶରଣ ପଶିବାକୁ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସୁନିଲ ଭରାଲା ନାମକ ଏହି ମନ୍ତ୍ରୀ କହିଛନ୍ତି ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞ କଲେ ଯାଇ ଏହି ସମସ୍ୟାରୁ ମୁକ୍ତି ମିଳିବ। ସେ କହିଛନ୍ତି ଇନ୍ଦ୍ର ପ୍ରସନ୍ନ ହେଲେ ବର୍ଷା ହେବ, ଫଳରେ ପ୍ରଦୂଷଣରୁ ମୁକ୍ତି ମିଳିବ।

ସେ ଇନ୍ଦ୍ରଙ୍କ ପାଇଁ ଯଜ୍ଞ ବାବଦରେ କହିଛନ୍ତି, “ସରକାର ବର୍ଷାର ଦେବତା ଇନ୍ଦ୍ରଙ୍କୁ ଖୁସି କରିବା ପାଇଁ ତାଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞ ଆୟୋଜନ କରିବା ଉଚିତ, ପାରମ୍ପରିକ ଭାବେ ଏପରି ହିଁ ହୁଏ। ଇନ୍ଦ୍ର ସବୁକିଛି ଠିକ୍‌ କରିଦେବେ।”
ଏପରିକି ଏହି ପ୍ରଦୂଷଣରୁ ମୁଖ୍ୟ କାରଣ କୁହାଯାଉଥିବା ନଡ଼ା ପୋଡ଼ିବାକୁ ସେ ପ୍ରାକୃତିକ ପ୍ରକ୍ରିୟା କହିଛନ୍ତି। ଏହା ପ୍ରଦୂଷଣ ପାଇଁ ଦାୟୀ ନୁହେଁ କହିଛନ୍ତି। ଏହାକୁ ସମାଲୋଚନା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

By amfnews

Related Post