Wed. Mar 11th, 2026

ପ୍ରଥମ ଦିନରୁ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ!

206 Views

ଧର୍ମଗଡ଼ : ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି ପ୍ରଶ୍ନପତ୍ର। ବୋର୍ଡର ଶତଚେଷ୍ଟା ସତ୍ତ୍ୱେ ପ୍ରଶ୍ନପତ୍ର ଭାଇରାଲ୍ ପରି ଘଟଣାକୁ ପୂର୍ବ ବର୍ଷ ପରି ଚଳିତ ଥର ମଧ୍ୟ ରୋକାଯାଇପାରି ନାହିଁ। ଚଳିତ ବର୍ଷ  ମାଟ୍ରିକ୍ ପରୀକ୍ଷା ଆରମ୍ଭ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

ଆଜି ପ୍ରଥମ ଦିନରେ ଥିବା ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଏହି ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାକୁ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ କହିଛନ୍ତି, ଏନେଇ କୌଣସି ଖବର ନାହିଁ। ଭାଇରାଲ ହୋଇଥିଲେ ତଦନ୍ତ କରାଯିବ। ଏଥିରେ ଯିଏ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଚଳିତ ବର୍ଷ ମୋଟ୍ ୫ଲକ୍ଷ ୬୦ ହଜାର ୯୦୫ଜଣ ଛାତ୍ରଛାତ୍ରୀ ୨ହଜାର ୮ଶହ ୮୮କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ତିନି ସ୍ତରରେ ସିଲ୍ ହୋଇଛି ପ୍ରଶ୍ନ ଓ ଉତ୍ତର ଖାତା। ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ଗୋଟିଏ କଭର ଖୋଲିବା ପରେ ପରୀକ୍ଷା ହଲ୍‌ରେ ପ୍ୟାକେଟର ଦ୍ୱିତୀୟ କଭର ଖୋଲିବେ ଇନ୍‌ଭିଜଲେଟର।  ଏଥିରେ ରହିବ ଦୁଇ ପରୀକ୍ଷାର୍ଥୀଙ୍କ ଦସ୍ତଖତ ।

ଏହାପରେ ସିଲ୍ ଅବସ୍ଥାରେ ହିଁ ପିଲାଙ୍କୁ ପ୍ରଶ୍ନ-ଉତ୍ତର ପତ୍ର ମିଳିବ। ପରୀକ୍ଷାର୍ଥୀ ପ୍ରଶ୍ନ ପ୍ୟାକେଟର ତୃତୀୟ ସିଲ୍‌ ଖୋଲି ଲେଖିବେ ଉତ୍ତର। ଏପରି କଡ଼ା ବ୍ୟବସ୍ଥା ସତ୍ତ୍ୱେ କିପରି ଏହି ପ୍ରଶ୍ନପତ୍ର ଭାଇରାଲ ହୋଇଛି ଓ ଏହା ପଛରେ ମାଷ୍ଟର ମାଇଣ୍ଡ କିଏ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି।

By amfnews

Related Post